www.samajalive.in
Sunday, December 7, 2025
13.1 C
Bhubaneswar

ଗୁରୁଙ୍କ ପାଇଁ ଦିନଟିଏ; ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବୋ ମହେଶ୍ବର..

‘ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବୋ ମହେଶ୍ବର,
ଗୁରୁ ସାକ୍ଷାତ୍ ପରଂବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ’
ଗୁରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନର ଆଲୋକ ପ୍ରଦାନ କରନ୍ତି। ସମାଜର ଏକ ବିଶେଷ ଭାର ବହନ କରୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଗୁରୁ। ତାଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ପ୍ରଧାନ କର୍ତ୍ତବ୍ୟ। ଗୁରୁ ଅସୀମ ଜ୍ଞାନର ଅଧିକାରୀ। ସେପ୍ଟେବର ୫ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଓ ମହାନ ଶିକ୍ଷକ ଭାବେ ପରିଚିତ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଏହି ଦିନକୁ ଗୁରୁଦିବସ ରୂପେ ପାଳନ କରାଯାଏ ।

ବହୁ ପୁରାତନ କାଳରୁ ଗୁରୁ-ଶିଷ୍ୟଙ୍କ ଅନେକ କାହାଣୀ ଶୁଣିବାକୁ ମିଳୁଛି।

- Advertisement -

ଭଗବାନ ଶିବଶଙ୍କର –ମାନ୍ୟତା ଅନୁଯାୟୀ, ଭଗବାନ ଶିବ ଆଦି ଗୁରୁ ଥିଲେ। ପୌରାଣିକ କଥା ଅନୁସାରେ ବହୁ ପରିସ୍ଥିତିରେ ଭଗବାନ ଶିବ ଗୁରୁ ହୋଇ ତାଙ୍କ ଶିଷ୍ୟଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ଏହାମଧ୍ୟ ମାନ୍ୟତା ରହିଛି ଭଗବାନ ପଶ୍ରୁରାମଙ୍କୁ, ପ୍ରଭୁ ଶିବଶଙ୍କର ଅସ୍ତ୍ରଶସ୍ତ୍ର ବିଦ୍ୟା ଶିଖାଇଥିଲେ।

ମହର୍ଷି ବେଦବ୍ୟାସ – ମହର୍ଷି ବେଦବ୍ୟାସଙ୍କୁ ହିନ୍ଦୁଧର୍ମ ସହ ଜଡ଼ିତ ବହୁ ବେଦ, ଗ୍ରନ୍ଥ ଓ ପୁରାଣର ରଚୟିତା ବୋଲି କୁହାଯାଏ। ମହର୍ଷି ବେଦବ୍ୟାସଙ୍କ ଅନେକ ଏପରି ଶିଷ୍ୟ ଥିଲେ ଯେ କି ଖୁବ ବିଦ୍ୱାନ।

ଋଷି ବଶିଷ୍ଠ – ଋଷି ବଶିଷ୍ଠ ଭଗବାନ ଶ୍ରୀରାମ ଓ ସୂର୍ଯ୍ୟବଂଶଙ୍କର କୁଳଗୁରୁ ଥିଲେ। ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମ, ଲକ୍ଷ୍ମଣ, ଭରତ , ଶତ୍ରୁଘ୍ନ ଋଷି ବରିଷ୍ଠଙ୍କ ଠାରୁ ବେଦ, ଓ ଅନ୍ୟାନ୍ୟ ସମସ୍ତ ଜ୍ଞାନ ଶିକ୍ଷା କରିଥିଲେ।

ଗୁରୁ ଦ୍ରୋଣାଚାର୍ଯ୍ୟ – କୌରବ ଓ ପାଣ୍ଡବଙ୍କର ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ମହାନ ଧନୁର୍ଦ୍ଧର କୁହାଯାଏ। ଦ୍ରୋଣାଚାର୍ଯ୍ୟଙ୍କ ସହ ଜଡ଼ିତ ଏହି କଥା ବେଶ ପ୍ରଚଳିତ ଯେଉଁଥିରେ ସେ ଗୁରୁଦକ୍ଷିଣା ସ୍ୱରୂପ ଏକଲବ୍ୟଙ୍କ ଠାରୁ ତାଙ୍କ ବୁଢା ଆଙ୍ଗୁଠି ଦକ୍ଷିଣା ରୂପେ ମାଗିଥିଲେ।

ଦେବଗୁରୁ ବୃହସ୍ପତି – ବୃହସ୍ପତିଙ୍କୁ ଦେବତାଙ୍କ ଗୁରୁ କୁହାଯାଏ। ସେ ଖୁବ ପରାକ୍ରମୀ ଥିଲେ।

ଦେଖନ୍ତୁ ଭିଡିଓ; ମହିଳା ଏମିତି ଜାଗାରେ ସଫା କରୁଥିଲେ ଝରକା, ଅଟ୍ଟାଳିକାକୁ ଦେଖି ବୁଲାଇଦେବ ମୁଣ୍ଡ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories