ମିଳିତ ମଞ୍ଚର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର: ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ସମେତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଦୀର୍ଘ ଦିନ ଧରି ଚାଲିଥିବା ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ ଜୁଲାଇ ୧୫ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ସରକାରଙ୍କ ସହିତ ଆଲୋଚନା ପରେ ମଞ୍ଚ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆଲୋଚନା ସକାରାତ୍ମକ ଥିବା ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ମଞ୍ଚର ପ୍ରମୁଖ ୩ଟି ଦାବି ପୂରଣ ପାଇଁ ସରକାର ତିନିମାସ ସମୟ ମାଗିଛନ୍ତି।