www.samajalive.in
Sunday, December 7, 2025
23.1 C
Bhubaneswar

ଗଞ୍ଜେଇ ବେପାର କରୁଛନ୍ତି ଶିକ୍ଷକ

ଟିଟିଲାଗଡ଼: ଗଞ୍ଜେଇ ବେପାର କରୁଛନ୍ତି ଶିକ୍ଷକ। ଚାକିରିରେ ଥାଇ ବି ଅଧିକ ରୋଜଗାର ନିଶାରେ ଗଞ୍ଜେଇ କାରବାର କରୁଛନ୍ତି। ପୁଲିସ ଚଢ଼ାଉ ସମୟରେ ଏହି ଘଟଣା ସାମ୍ନାକୁ ଆସିଛି। ଶିକ୍ଷକଙ୍କ ସହିତ ଜଣେ ଲୁଗା ବ୍ୟବସାୟୀ ବି ଧରାପଡ଼ିଛନ୍ତି। ୨ଟି ଜାଗାରୁ ପୁଲିସ ମୋଟ ୬ ଜଣଙ୍କୁ ଅଟକ ରଖିବା ସହିତ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଏକ ଲୁଗା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିଲା। ଏହି ଘଟଣାରେ ବଙ୍ଗୋମୁଣ୍ଡାର ଜଣେ ଲୁଗା ବ୍ୟବସାୟୀ, ଫୁଲବାଣୀର ଜଣେ ଶିକ୍ଷକଙ୍କ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ଶିକ୍ଷକ ଜଣକ ବାଲିଗୁଡ଼ା କାର୍ନିବେଡା ୟୁପି ସ୍କୁଲର ବୋଲି ସୂଚନା ମିଳିଛି।

ଟିଟିଲାଗଡ଼ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରିଷିକେଶ ଖିଲାରୀ ଦେଇଥିବା ସୂଚନା ଅନୁସାରେ, କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳରୁ ନିୟମିତ ଭାବରେ ଗଞ୍ଜେଇ ଟିଟିଲାଗଡ଼, କଣ୍ଟାବାଞ୍ଜି ଦେଇ ରାୟପୁର ଅଞ୍ଚଳକୁ ଚାଲାଣ ହେଉଥିଲା। ଏହାକୁ ରୋକିବା ଲାଗି ଏସପିଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ଼ ଥାନା ଅଧିକାରୀ ଅବନୀ ସାହୁ, ସବ ଇନ୍ସପେକ୍ଟର କିରଣ ଜାନି, ଦେବାଶିଷ ଶତପଥୀ, କଣ୍ଟାବାଞ୍ଜି ଥାନା ସବ ଇନ୍ସପେକ୍ଟର ଅଭିନାଶ ନାଏକ, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ ମିଳିତ ଭାବେ ଏକ ଜଏଣ୍ଟ ଟିମ ଗଠନ କରି ଜାଲ ବିଛାଇଥିଲେ। ଯେଉଁଥିରେ ଧରାପଡ଼ି ଯାଇଥିଲେ ଗଞ୍ଜେଇ ମାଫିଆ। ପୋଲିସ ଟିମ ଟିଟିଲାଗଡ଼ରେ ଏକ ପିକ ଅପ ଏବଂ କଣ୍ଟାବାଞ୍ଜିରୁ ଏକ ବୋଲେରୋରୁ ରେକର୍ଡ ପରିମାଣର ୩ କ୍ୱିଣ୍ଟାଲ ୩୭ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ବାଲିଗୁଡା ଥାନା ଗୁଳିମରା ଗ୍ରାମର ପ୍ରଭାତ ମୁନି, ମୁଠାବାଲି ଗ୍ରାମର ଶୁଭନାଥ ମହାନନ୍ଦ, ପୂର୍ଣ୍ଣ ବେସରା, ଲନ୍ଦାଗ୍ରାମର ପ୍ରଶାନ୍ତ ନାଏକ, ଘୋଡାବାଲି ଗ୍ରାମର ରାଜୁ ରଣା, ବଙ୍ଗୋମୁଣ୍ଡା ଥାନା ବେଲପଡା ଗ୍ରାମର ବୁଢ଼ୀ ସାଗର ମେହେରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇଟି ଗାଡି ସମେତ ୬ ମୋବାଇଲ ଫୋନ, ୯୦୦ ଟଙ୍କା ଜବତ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories