www.samajalive.in
Monday, December 8, 2025
14.1 C
Bhubaneswar

ପିଅନ୍ତୁ ହର୍ବଲ ଚା’……

ଅଧିକାଂଶ ଲୋକେ ନିଜ ଦିନର ଆରମ୍ଭ କ୍ଷୀରରେ ପ୍ରସ୍ତୁତ ଚା’ ପିଇବା ପରେ ଆରମ୍ଭ କରିଥାଆନ୍ତି। ମାତ୍ର ଖରା ଦିନରେ କ୍ଷୀରରେ ପ୍ରସ୍ତୁତ ଚା’ ପିଇବା ପରିବର୍ତ୍ତେ ହର୍ବଲ ଚା’ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ହର୍ବଲ ଚା’ରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଯାଦ୍ୱାରା ଏହା କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଠାରୁ ଶରୀରକୁ ରକ୍ଷା କରିଥାଏ। ଜାଣନ୍ତୁ କେଉଁ ପ୍ରକାରର ଚା’ ପିଇବା ଦ୍ୱାରା ଖରା ଦିନରେ ଶରୀର ଥଣ୍ଡା ରହିଥାଏ………
ତୁଳସୀ ଚା’ –
ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି। ଅଧ କପ ପାଣିରେ କିଛି ତୁଳସୀ ପତ୍ର ପକାଇ ଏହାକୁ ଛାଣି ଏଥିରେ ଅଳ୍ପ ଲେମ୍ବୁ ରସ ପକାଇ, ଅଳ୍ପ ମହୁ ପକାଇ ଏହାକୁ ପିଅନ୍ତୁ। ଏହା ପେଟ, ଚକ୍ଷୁ, ବୃକକ, ଯକୃତ, ହୃଦୟ ପାଇଁ ଖୁବ ଲାଭ ଦାୟକ ଅଟେ।
ପୁଦିନା ଚା’ –
ପୁଦିନା ପତ୍ର ପେଟ ପାଇଁ ବହୁତ ଲାଭଦାୟକ। ଏଥିରେ ମଧ୍ୟ ବହୁ ପରିମାଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ପୁଦିନାରେ ଭିଟାମିନ ଏ, ମାଗ୍ନେସିୟମ, ଆଇରନ ଅଧିକ ମାତ୍ରାରେ ରହିଛି। ଏହା ଖାଦ୍ୟକୁ ସୂଚାରୁରୂପେ ହଜମ କରିବାରେ ସହାୟକ ହୋଇଥାଏ। ହଜମ ପାଇଁ ଆବଶ୍ୟକ ହେଉଥିବା ପାଚନ ରସକୁ ଏହା ବୃଦ୍ଧି କରିଥାଏ। ଫୁଟୁଥିବା ପାଣିରେ ୨ ଚାମଚ ପୁଦିନା ପକାଇ ୮ରୁ ୧୦ ମିନିଟ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଛାଣି ପିଅନ୍ତୁ। ନିଜ ପସନ୍ଦ ମୁତାବକ ଆପଣ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ।
ସତେଜ ଗୋଲାପ ପାଖୁଡ଼ାର ଚା’ –
ଏହି ଚା’ ପିଇବା ଦ୍ୱାରା ମୁହଁର ଚମକ ବୃଦ୍ଧି ପାଇଥାଏ। ଏଥିରେ ବହୁ ପ୍ରକାରର ଭିଟାମିନ ରହିଛି। ଅଧ କପ ପାଣିରେ କିଛି ଗୋଲାପର ପାଖୁଡ଼ା ପକାନ୍ତୁ। ଏହାପରେ ଗ୍ୟାସରେ ୩ ମିନିଟ ଏହାକୁ ଫୁଟାଇ ଛାଣି ଦିଅନ୍ତୁ।
ପିଆଜର ଚା’ –
ଅଧ କପ ପାଣିରେ ଅଳ୍ପ ପିଆଜ ପକାଇ ଫୁଟାନ୍ତୁ। ଏହାପରେ ଛାଣି ଏକ ମିନିଟ ରଖି ଦିଅନ୍ତୁ। ୧ ମିନିଟ ପରେ ଏଥିରେ କିଛି ଗ୍ରୀନ ଟି ପକାଇ ପିଅନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।
ଗ୍ରୀନ ଟି –
ଗ୍ରୀନ ଟି ରେ ବହୁ ମହତ୍ତ୍ୱପୂର୍ଣ୍ଣ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା ପାଚନ କ୍ରିୟାକୁ ସଠିକ ରଖେ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। କର୍କଟ, ମଧୁମେହ, ହୃଦ ଜନିତ ବିଭିନ୍ନ ରୋଗରୁ ଏହା ଶରୀରକୁ ରକ୍ଷା କରିଥାଏ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories