www.samajalive.in
Friday, December 5, 2025
20.1 C
Bhubaneswar

ଏଭଳି କଫି ସେବନ କରୁଥିଲେ,ସାବଧାନ.. ସୃଷ୍ଟି ହୁଏ ଏହି ସମସ୍ତ ସମସ୍ୟା

ଦିନର ଆରମ୍ଭ ଯଦି ଆପଣ ଏକ କପ କଫିରୁ କରୁଛନ୍ତି କି ? ଏଭଳି ଅଭ୍ୟାସ ଜଣେ ଦୁଇ ଜଣ ନୁହେଁ ବରଂ ଅଧିକାଂଶ ଲୋକେ ଏଭଳି ହିଁ କରିଥାଆନ୍ତି । ବିଶେଷ କରି ଶୀତ ଦିନେ ଲୋକେ ଚା’ ଓ କଫି ଅଧିକ ସେବନ କରିଥାଆନ୍ତି । ତେବେ ଏକ ଅଧ୍ୟୟନ ଅନୁଯାୟୀ, କଫି ପିଇବାର ମଧ୍ୟ କିଛି ସ୍ୱତନ୍ତ୍ର ନିୟମ ଓ ଶୈଳୀ ରହିଛି । ସଠିକ ଭାବେ ଏହାକୁ ସେବନ ନକଲେ ଏହା ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ । ବୟସକୁ ଏହା ଜଲଦି ବୃଦ୍ଧି କରିବା ଯଥା ବୟସ ପୂର୍ବରୁ ହିଁ ବାର୍ଦ୍ଧକ୍ୟ ଆଣିବା ଭଳି ପରିସ୍ଥିତି ସୃଷ୍ଟି କରିଥାଏ । ଜାଣନ୍ତୁ କିଭଳି ଭବେ କଫିର ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ..
ଆପଣ ସକାଳେ ଜଳଖିଆ ବଦଳରେ କେବଳ ଏକ କପ କଫି ପିଉଥିଲେ,ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହେବା ସହ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ପ୍ରଥମେ ଜଳଖିଆ ଖାଇବା ପରେ କଫିର ସେବନ କରିପାରିବେ । ତେବେ ଜଳଖିଆରେ ଭରପୁର ମାତ୍ରାରେ ଫାଇବର,ଆଣ୍ଟି-ଅକ୍ସିଡାଣ୍ଟ ଓ ପ୍ରୋଟିନ ଥିବା ଖାଦ୍ୟ ସାମିଲ କରନ୍ତୁ । ଏହାଦ୍ୱାରା ବାର୍ଦ୍ଧକ୍ୟ ସହ ଜଡିତ ରୋଗ ଶରୀର ଠାରୁ ଦୂରେଇ ରହିଥାଏ ।
କଫିରେ ଅଧିକ ଚିନି ମିଶାଇ ପିଉଥିଲେ, ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନୀକାରକ । ତେବେ ବ୍ଲାକ କଫିରେ ସାମାନ୍ୟ ଚିନି ବ୍ୟବହାର କରି ପିଇପାରିବେ । ବୟସ ଧିରେ ଧିରେ ବଢିବା ସହ ରକ୍ତଚାପ,ମଧୁମେହ ଆଦି ରୋଗ ଅଧିକ ହେବାର ସମ୍ଭାବନା ଥାଏ । ତେଣୁ କଫିରେ ଅଧିକ ମାତ୍ରାରେ ଚିିନିର ସେବନ କରୁଥିଲେ, ଏହି ସବୁ ରୋଗ ହେବାର ସମ୍ଭାବନା ଅଧିକ ଥାଏ ।
ଅଧିକାଂଶ ଲୋକେ ନିଜ ଇଚ୍ଛା ମୁତାବକ ବାରମ୍ବାର କଫି ପିଇଥାଆନ୍ତି । ଏଭଳି ଶୋଷ ଲାଗିବା ସମୟରେ ମଧ୍ୟ କଫି ପିଇଥାଆନ୍ତି । ଏଭଳି କରିବା ଦ୍ୱାରା ହଜମ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିରେ ଥିବା କେଫିନ୍‍ ଶରୀରରେ ପାଣି ସହ ପୋଷକ ତତ୍ତ୍ୱର ଅବଶୋଷଣ ସଠିକ ଭାବେ କରିପାରିନଥାଏ । ଫଳରେ ଖାଦ୍ୟ ହଜମରେ ସମସ୍ୟା, ତ୍ୱଚା ଜନିତ ସମସ୍ୟା, କାମ କରିବା ଆଗ୍ରହ ଆସିନଥାଏ, ତ୍ୱଚାରେ ମଧ୍ୟ କୁଞ୍ଚନ ସମସ୍ୟା ଦେଖାଦେଇଥାଏ ।
ରାତିରେ ଶୋଇବା ପୂର୍ବରୁ କଫି ପିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଅନିଦ୍ରା ସମସ୍ୟା ସୃଷ୍ଟି ହୋଇଥାଏ । ଭଲ ଭାବରେ ନିଦ ନ ହେବା କାରଣରୁ ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଥକ୍କାପଣ ଅନୁଭବ ହୋଇଥାଏ । ସତେଜ ଅନୁଭବ ହୋଇନଥାଏ । ରୋଗପ୍ରତିରୋଧ ଶକ୍ତିକୁ ପ୍ରଭାବିତ କରିଥାଏ । ବୟସ ସହ ଜଡିତ ସମସ୍ୟା ଦେଖାଦେଇଥାଏ ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories