www.samajalive.in
Friday, December 5, 2025
20.1 C
Bhubaneswar

ପିକଅପ ଧକ୍କାରେ ଭାଇ ଭଉଣୀଙ୍କ ସମେତ ତିନି ଗୁରୁତର

କଲମପୁର : ଆଜି ସକାଳ ୯.୩୦ ମିନିଟ ସମୟରେ ଟେମରା ଗ୍ରାମ ଠାରେ ଘଟିଛି ଏକ ଦୁର୍ଘଟଣା । ଏଥିରେ ଦୁଇ କଲେଜ ଛାତ୍ର ଛାତ୍ରୀଙ୍କ ସମେତ ତିନି ଜଣ ଗୁରୁତର ଆହତ ହେଇଛନ୍ତି । ସେମାନଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ।
ସୂଚନା ଅନୁସାରେ ଚିଲିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଥିବା କଲମପୁର ବ୍ଲକ ଅଧିନସ୍ଥ ଟେମରା ଗ୍ରାମର ଦିବ୍ୟ ରଞ୍ଜନ ନାୟକ ଓ ଚିନ୍ମୟୀ ନାୟକ ନାମକ ଛାତ୍ରୀଙ୍କୁ ବନ୍ଧକନା ବସ ଷ୍ଟପକୁ ଚିନ୍ମୟୀର ଭାଇ ବିଭୁତି ନାୟକ ଏକ ବାଇକ ଯୋଗେ ଛାଡି ଆଣୁଥିଲେ । ଏହି ସମୟରେ ଟେମରା ଗ୍ରାମ ଠାରେ ଏକ ପିକଅପ ରାସ୍ତା କଡରେ ଛିଡା ହେଇଥିଲା । ଉକ୍ତ ପିକଅପକୁ ଅତିକ୍ରମ କରିବା ବେଳେ ହଠାତ୍‌ ପିକଅପ ଚାଳକ ପିକଅପକୁ ପଛକୁ କରୁଥିବା ବେଳେ ବାଇକକୁ ଧକ୍କା ଦେଇଥିଲା । ଯେଉଁଥି ପାଇଁ ବାଇକରେ ବସିଥିବା ତିନି ଜଣ ଛିଟିକି ପଡିଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକ ଉଦ୍ଧାର କରି ଆମ୍ବୁଲେନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ଉଭୟ ଚିନ୍ମୟୀ ଏବଂ ଦିବ୍ୟ ରଞ୍ଜନଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ବିଭୁତି ସାମାନ୍ୟ ଆହତ ହେଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଉଭୟ ଦିବ୍ୟ ଏବଂ ଚିନ୍ମୟୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ  ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପରାମର୍ଶ ଦିଆଯାଇଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories