www.samajalive.in
Saturday, December 6, 2025
26.1 C
Bhubaneswar

ଶାସ୍ତ୍ର ଅନୁଯାୟୀ ; ଚା’ ପିଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଚା’ ପିଇବା ବହୁ ଲୋକଙ୍କ ନିତିଦିିନିଆ ଅଭ୍ୟାସ ମଧ୍ୟରୁ ଗୋଟିଏ। ଚା’ ବିନା ବହୁ ଲୋକଙ୍କ ଦିନର ପ୍ରାରମ୍ଭ ଯେପରି ଅସମ୍ଭବ ଲାଗିବ ସହ ଦିନଟି ତାଙ୍କ ସମ୍ପୂର୍ଣ୍ଣ ଭାବେ ଅତିବାହିତ ହୋଇନଥିବା ପରି ଲାଗିଥାଏ। ବହୁ ଲୋକଙ୍କର ଚା’ ପିଇବା ଆବଶ୍ୟକ ଓ ଅଭ୍ୟାସ ଭାବେ ପରିଣତ ହୋଇସାରିଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଚା’ର ସମ୍ବନ୍ଧ ଶନିଗ୍ରହଙ୍କ ସହ ରହିଛି। ତେବେ ଏପରି କେତେକ କଥା ରହିଛି ଯାହା ଚା’ପିଇବା ସମୟରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଜାଣନ୍ତୁ ସେହି କଥା ବିଷୟରେ ….
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ମାନଙ୍କ ଜାତକରେ ଶନିଙ୍କ ସ୍ଥିତ ଖରାପ ରହିଛି, ସେମାନେ ଚା’ପିଇବା ଉଚିତ ନୁହେଁ। ବରଂ ଚା’ ପ୍ରସ୍ତୁତ କରି ଅନ୍ୟମାନଙ୍କୁ ପିଇବାକୁ ଦେବା ଉଚିତ। ଏପରି କରିବା ଦ୍ୱାରା ଶନିଙ୍କ କୁପ୍ରଭାବରୁ ମୁକ୍ତି ମିଳିଥାଏ।
ଯେଉଁ ମାନଙ୍କର ଜାତକରେ ଶନି ଭଲ ସ୍ଥିତିରେ ଅଛନ୍ତି, ସେମାନେ ଚା’ପିଇବା ଉଚିତ। ଏହାସହ ଚା’ ସହ ସମ୍ବନ୍ଧିତ ବ୍ୟବସାୟ ମଧ୍ୟ କରିପାରିବେ। ଏହାଦ୍ୱାରା ଲାଭବାନ ହୋଇପାରିବେ।
ଯେଉଁମାନେ ଅଧିକ କ୍ଷୀରରେ ପ୍ରସ୍ତୁତ ଚା’ପିଅନ୍ତି, ସେମାନେ ସୁଖ ଓ ଐଶ୍ୱର୍ଯ୍ୟ ଜୀବନ ପ୍ରାପ୍ତି ସହ ସଫଳତା ମଧ୍ୟ ପାଇଥାଆନ୍ତି।
ବହୁ ଲୋକଙ୍କୁ ମସଲା ଚା’ପିଇବା ପସନ୍ଦ କରିଥାଆନ୍ତି। ଏହିପ୍ରକାରର ଲୋକେ ଅଧିକ ପରିଶ୍ରମ କରି ସଫଳତା ପାଇଥାଆନ୍ତି।
ବହୁ ଲୋକଙ୍କୁ ନାଲି ଚା’ ପିଇବା ଖୁବ ପସନ୍ଦ। କୁହାଯାଏ ଯେ, ଏହି ପ୍ରକାରର ଲୋକେ ଖୁବ ବୁଦ୍ଧିଜୀବୀ ଓ ପ୍ରତିଷ୍ଠାବାନ ଅଟନ୍ତି। ଆର୍ଥିକ କ୍ଷେତ୍ରରେ ମଧ୍ୟ ଖୁବ ଉନ୍ନତି କରିଥାଆନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories