www.samajalive.in
Sunday, December 14, 2025
23.1 C
Bhubaneswar

୫୦୦ ମିଟର ଗଭୀର ଖାତକୁ ଖସିଲା ଗାଡ଼ି: ୯ ମୃତ, ୨ ଗୁରୁତର

ନୈନିତାଲ: ଉତ୍ତରାଖଣ୍ଡର ନୈନିତାଲରେ ଶୁକ୍ରବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ନୈନିତାଲର ଓଖଲକାଣ୍ଡା ବ୍ଲକ ଅନ୍ତର୍ଗତ ଛିଡ଼ାଖାନ-ରିଠାସାହିବ ମୋଟର ରାସ୍ତାରେ ଏକ ଟ୍ୟାକ୍ସି ଗଭୀର ଖାତକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଖାତରୁ ଉଦ୍ଧାର କରି ବହୁ କଷ୍ଟରେ ରାସ୍ତା ଉପରକୁ ଆଣିଥିଲେ। ଦୁର୍ଘଟଣା ସମୟରେ ଗାଡ଼ିରେ ୧୧ ଜଣ ଯାତ୍ରୀ ଥିଲେ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆଜି ସକାଳ ୮ଟା ସମୟରେ ଏକ ଟ୍ୟାକ୍ସି ୫୦୦ ମିଟର ଗଭୀର ଖାତକୁ ଖସି ପଡ଼ିଥିଲା। ଗାଡ଼ିରେ ୧୧ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟର ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହଲ୍‌ଦ୍ବାନି ସ୍ଥିତ ସୁଶୀଲା ତିୱାରୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ସେମାନେ ଆହୁରି କହିଛନ୍ତି ଯେ, ଦୁର୍ଘଟଣା ଘଟିବାର ଏକ ଘଣ୍ଟା ବିତିଯିବା ପରେ ମଧ୍ୟ ପ୍ରଶାସନ, ଏସଡିଆରଏଫ ଏବଂ ସ୍ୱାସ୍ଥ୍ୟ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ଏହାପରେ ଗ୍ରାମବାସୀ ନିଜେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗ୍ରାମବାସୀ କହିଛନ୍ତି ଯେ, ରାସ୍ତାର ଅବସ୍ଥା ଭଲ ନ ଥିବାରୁ ଗାଡି ନିୟନ୍ତ୍ରଣ ହରାଇ ଖାତକୁ ଖସିପଡ଼ିଲା।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories