www.samajalive.in
Sunday, December 14, 2025
23.1 C
Bhubaneswar

ଭଏସ୍‌‌ ଅଫ୍‌‌ ଗ୍ଲୋବାଲ ସାଉଥ୍‌‌ ଏକବିଂଶ ଶତାବ୍ଦୀର ପରିବର୍ତ୍ତିତ ବିଶ୍ୱର ପ୍ରତିଫଳନ: ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭଏସ୍‌‌ ଅଫ୍‌‌ ଗ୍ଲୋବାଲ ସାଉଥ୍‌‌ ହେଉଛି ଏକ ଅନନ୍ୟ ମଞ୍ଚ, ଯେଉଁଥିରେ ଏକବିଂଶ ଶତାବ୍ଦୀର ପରିବର୍ତ୍ତିତ ବିଶ୍ୱର ପ୍ରତିଫଳନ ଘଟୁଛି । ଭଏସ୍‌‌ ଅଫ୍‌‌ ଗ୍ଲୋବାଲ ସାଉଥ୍‌‌ ଶିଖର ବୈଠକରେ ଆଭାସୀ ମାଧ୍ୟମରେ ଉଦ୍‌‌ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଗ୍ଲୋବାଲ ସାଉଥ୍‌‌ ଦେଶଗୁଡ଼ିକର ସମ୍ମିଳିତ ଉଦ୍ୟମ ଯୋଗୁଁ ଗ୍ଲୋବାଲ ସାଉଥ୍‌‌ ଏହାର ମତାମତକୁ ବୈଶ୍ୱିକ ମଞ୍ଚରେ ପହଞ୍ଚାଇ ପାରିଛି । ସେ କହିଛନ୍ତି ଗ୍ଲୋବାଲ ସାଉଥ୍‌‌ରେ ଆସୁଥିବା ୧୦୦ରୁ ଅଧିକ ଦେଶର ଅଗ୍ରାଧିକାର କ୍ଷେତ୍ର ସମାନ ।
ଶ୍ରୀ ମୋଦୀ କହିଛନ୍ତି ଗ୍ଲୋବାଲ ସାଉଥ୍‌‌ ଦେଶମାନେ ବିଶ୍ୱର ମଙ୍ଗଳ ପାଇଁ ଏକତ୍ରିତ ହେବାକୁ ଏହା ହେଉଛି ପ୍ରକୃଷ୍ଟ ସମୟ। ପଶ୍ଚିମ ଏସିଆ ଅଞ୍ଚଳର ପରିସ୍ଥିତି ଯୋଗୁଁ ନୂଆ ନୂଆ ଚ୍ୟାଲେଞ୍ଜମାନ ସୃଷ୍ଟି ହୋଇଛି । ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଭାରତ ନିନ୍ଦା କରିଛି ଓ ଆଲୋଚନା ଏବଂ କୂଟନୈତିକ କାର୍ଯ୍ୟକଳାପ ଜାରି ରଖିବା ତଥା ସଞ୍ଜମ ଅବଲମ୍ବନ କରିବା ପାଇଁ ଭାରତ ଗୁରୁତ୍ୱ ଦେଇଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଇସ୍ରାଏଲ ଓ ହମାସ୍‌‌ ମଧ୍ୟରେ ଯୁଦ୍ଧ ଯୋଗୁଁ ସାଧାରଣ ଲୋକମାନଙ୍କର ଜୀବନହାନି ଘଟୁଥିବାରୁ ଭାରତ ଏହାର ନିନ୍ଦା କରିଛି । ସେ କହିଛନ୍ତି ପାଲେଷ୍ଟାଇନ୍‌‌ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ ତାଙ୍କର ଆଲୋଚନା ପରେ ପାଲେଷ୍ଟାଇନ୍‌‌ ଲୋକମାନଙ୍କ ପାଖକୁ ମାନବୀୟ ସହାୟତା ପଠାଯାଇଥିଲା ।
ପ୍ରଧାନମନ୍ତ୍ରୀ କହିଛନ୍ତି ନୂଆଦିଲ୍ଲୀରେ ଜି-୨୦ ଶିଖର ବୈଠକ ସମୟରେ ଗ୍ଲୋବାଲ ସାଉଥ୍‌‌ ସମସ୍ୟା ଗୁଡ଼ିକୁ ଉପସ୍ଥାପନ କରାଯାଇଥିଲା । ଭାରତର ଉଦ୍ୟମ ଯୋଗୁଁ ଆଫ୍ରିକୀୟ ସଂଘକୁ ଜି-୨୦ ରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହା ଭାରତ ପାଇଁ ଏକ ଐତିହାସିକ ମୂହୁର୍ତ୍ତ ଥିଲା । ଶ୍ରୀ ମୋଦୀ କହିଛନ୍ତି ଜଳବାୟୁ ପାଣ୍ଠି ସଂକ୍ରାନ୍ତରେ ଜି-୨୦ ଉତ୍ସାହ ପ୍ରଦର୍ଶନ କରିଛି ।  ଜି-୨୦ ଶିଖର ବୈଠକ ସମୟରେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ମଧ୍ୟ ଶୁଭାରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଗ୍ଲୋବାଲ ସାଉଥ୍‌‌ର ମତକୁ ଉତ୍‌‌ଥାପନ କରିବା ଦିଗରେ ଭାରତ ଗୁରୁଦାୟିତ୍ୱ ବହନ କରିଛି ଓ ଜି-୨୦ କୁ ସାମୁହିକ ତଥା ମାନବ କୈନ୍ଦ୍ରିକ କରିବାକୁ ଅଗ୍ରାଧିକାର ଦେଇଛି । ସେ କହିଛନ୍ତି ଲୋକମାନଙ୍କର ବିକାଶ, ଲୋକମାନଙ୍କ ଦ୍ୱାରା ବିକାଶ ଓ ଲୋକମାନଙ୍କ ପାଇଁ ବିକାଶକୁ ଜି-୨୦ ର ମୁଖ୍ୟ ପ୍ରସଙ୍ଗ କରିବାଲାଗି ଭାରତ ଉଦ୍ୟମ କରିଛି । ସେ ପୁଣି କହିଛନ୍ତି ନୂଆ ବୈଷୟିକ ଜ୍ଞାନ ବିଶ୍ୱର ଉତ୍ତର ଓ ଦକ୍ଷିଣ ଭାଗ ମଧ୍ୟରେ ତାରତମ୍ୟକୁ ବୃଦ୍ଧି କରିବା ଉଚିତ୍‌‌ ନୁହେଁ । ଶ୍ରୀ ମୋଦୀ କହିଛନ୍ତି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଯୁଗରେ ବୈଷୟିକ ଜ୍ଞାନର ସଠିକ୍‌‌ ଭାବେ ବ୍ୟବହାର ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଆସନ୍ତା ମାସରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଶ୍ୱ ଭାଗିଦାରୀ ଶିଖର ବୈଠକର ଆୟୋଜନ କରିବ ।
ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଦକ୍ଷିଣ-ଗ୍ଲୋବାଲ ସାଉଥ୍‌‌ ଉତ୍କର୍ଷ କେନ୍ଦ୍ରକୁ ଉଦ୍‌‌ଘାଟନ କରିଛନ୍ତି । ଏହି କେନ୍ଦ୍ର ବିଭିନ୍ନ ବିକାଶ ମୂଳକ ପ୍ରସଙ୍ଗ ଉପରେ ଗବେଷଣା କରିବାକୁ ଓ ସମସ୍ୟାର ସମାଧାନ ଖୋଜି ବାହାର କରିବ ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories