www.samajalive.in
Monday, December 8, 2025
13.1 C
Bhubaneswar

ଖାଦ୍ୟ ପ୍ରସ୍ତୁତି ଠାରୁ ଭୋଜନ କ’ଣ କହେ ରୋଷେଇ ଘର ବାସ୍ତୁ..

ଘର ସହ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତି ଠାରୁ ଆରମ୍ଭ କରି ଭୋଜନ ପର୍ଯ୍ୟନ୍ତ ଅନେକ ବାସ୍ତୁ ନିୟମ ରହିଛି। ଏହି ନିୟମ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏହି ନିୟମର ପାଳନ କରିବା ଦ୍ୱାରା ଘରେ ସୁଖସମୃଦ୍ଧି ଓ ଧନ ବୃଦ୍ଧି ହୋଇଥାଏ। ବାସ୍ତୁ ନିୟମର ପାଳନ ନ କରିବା ଦ୍ୱାରା ଜୀବନରେ ଦୁଃଖ ସହ ସମସ୍ୟା ଲାଗି ରହିଥାଏ। ଜାଣନ୍ତୁ..
ସିଡି ଘର ତଳେ କଦାପି ରୋଷେଇ ଘର ତିଆରି କରନ୍ତୁ ନାହିଁ। କିମ୍ବା ସିଡି ଘର ତଳେ ଆଦୌ ରୋଷେଇ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ସର୍ବଦା କରଜ ସମସ୍ୟା ଲାଗି ରହିଥାଏ। ଶୌଚାଳୟ ଉପରେ କିମ୍ବା ନିକଟରେ ମଧ୍ୟ ରୋଷେଇ ଘର ରଖନ୍ତୁ ନାହିଁ। ଏହାଦ୍ୱାରା ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ସର୍ବଦା ରୋଗ ଲାଗି ରହିଥାଏ। ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହେ।
ଖାଦ୍ୟ ପ୍ରସ୍ତୁତି କରିବା ସମୟରେ ନିଜ ମୁହଁ କଦାପି ଦକ୍ଷିଣ ଦିଗକୁ କରନ୍ତୁ ନାହିଁ। ପଶ୍ଚିମ ଦିଗକୁ ମୁହଁ କରି ମଧ୍ୟ ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ। ଏହାଦ୍ୱାରା ଅର୍ଥ ଅଭାବ ଲାଗି ରହିଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ।
ରୋଷେଇ ଘର ଓ ଗ୍ୟାସକୁ ନିୟମିତ ସଫା ରଖନ୍ତୁ। ରୋଷେଇ ଘର ଅପରିଷ୍କାର ରହିବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଖାଦ୍ୟ ପ୍ରସ୍ତୁତି କରିବା ସମୟରେ ମୁହଁ ପୂର୍ବ ଦିଗକୁ ହେବା ଉଚିତ। ଏହି ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଶରୀରରୁ ରୋଗ ଦୂରେଇ ରହିବା ସହ ମାନସିକ ଶାନ୍ତି ମଧ୍ୟ ମିଳିଥାଏ।
ଘରର ମୁଖ୍ୟ ଦ୍ୱାରରୁ ବାହାରକୁ ଗ୍ୟାସ ଚୁଲ୍ଲା ଦେଖାଯିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ପରିବାର ସଦସ୍ୟ ସର୍ବଦା ରୋଗ ଗ୍ରସ୍ତ ରହି ଥାଆନ୍ତି।
କଦାପି ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରନ୍ତୁ ନାହିଁ। ଥାଳିରେ କଦାପି ଖାଦ୍ୟ ଛାଡନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି।
ବିଦ୍ୟୁତ ଉପକରଣ ଯେପରି ମାଇକ୍ରୋୱେବ, ଗ୍ରାଇଣ୍ଡର ଆଦି ଉପକରଣକୁ ଦକ୍ଷିଣ ପୂର୍ବ କୋଣରେ ରଖନ୍ତୁ। ବାସନ ଥାକ ଅନ୍ୟ ଭାରୀ ବସ୍ତୁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖନ୍ତୁ। ଉତ୍ତର ଓ ପୂର୍ବ ଦିଗରେ ହାଲକା ଜିନିଷ ରଖନ୍ତୁ।
ରୋଷେଇ ଘରର ଜିନିଷ ରଖିବା ପାଇଁ ଥାକ, ଆଲମିରା ଆଦି ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖନ୍ତୁ।
ରୋଷେଇ ଘରେ ବଡ ଝରକା ରଖନ୍ତୁ।

 

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories