www.samajalive.in
Thursday, December 11, 2025
14.1 C
Bhubaneswar

ସୁଆଦିଆ ତାୱା ମଟନ

ଆବଶ୍ୟକ ସାମଗ୍ରୀ
ମଟନ – ୫୦୦ ଗ୍ରାମ (ବୋନଲେସ୍‍ )
ତେଲ – ଆବଶ୍ୟକ ପରିମାଣରେ
ଅଦା ରସୁଣ ବଟା – ଆବଶ୍ୟକ ପରିମାଣରେ
ଘିଅ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
କଟା ରସୁଣ – ୨ଟି
କଟା ଅଦା – ଅଳ୍ପ
କଟା କଞ୍ଚାଲଙ୍କା – ୨ଟି
କଟା ଟମାଟୋ – ୨ଟି
କାଶ୍ମୀର ଲଙ୍କା ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଗରମ ମସଲା – ଆବଶ୍ୟକ ପରିମାଣରେ
ଧନିଆପତ୍ର – ଅଳ୍ପ
ପ୍ରସ୍ତୁତି  ପ୍ରଣାଳୀ – ପ୍ରଥମେ ମଟନକୁ ଭଲ ଭାବେ ଧୋଇ ସାମାନ୍ୟ ହଳଦୀ ଗୋଳାଇ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ପିଆଜ ଭାଜନ୍ତୁ। ପିଆଜ ଭଲ ଭାବେ ଭାଜି ହୋଇଗଲେ ଏହାକୁ ଏକ ପାତ୍ରକୁ କାଢି ଥଣ୍ଡା କରି ପେଷି ପେଷ୍ଟ ପ୍ରସ୍ତୁତ କରି ଏକ ପାତ୍ରରେ ରଖନ୍ତୁ। ଏହାପରେ ଗ୍ୟାସରେ ଏକ କଡ଼େଇ ବସାଇ ଏଥିରେ ମଟନ, ଅଦାରସୁଣ ବଟା, ତେଲ, ଲୁଣ, ଭଜା ପିଆଜ ପେଷ୍ଟ, ପକାଇ ଗୋଳାନ୍ତୁ। ଗୋଳାଇବା ପରେ ଆବଶ୍ୟକ ପରିମାଣରେ ପାଣି ଦେଇ ଏକ ଘୋଡ଼ଣୀ ଘୋଡ଼ାଇ ମଟନକୁ ସିଝାନ୍ତୁ। ୨୦ ମିନିଟ ଗ୍ୟାସରେ ବସାନ୍ତୁ। ଏବେ ଗ୍ୟାସରେ ଏକ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ଘିଅ ପକାନ୍ତୁ। ଘିଅ ପକାଇବା ପରେ କଟା ପିଆଜ, ରସୁଣ, ଅଦା, କଞ୍ଚା ଲଙ୍କା ପକାଇ ଭାଜନ୍ତୁ। ଏବେ ଏଥିରେ ପ୍ରସ୍ତୁତ ମଟନ, ସାମାନ୍ୟ ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଟମାଟୋ ପକାଇ ଭଲ ଭାବେ ଗୋଳାଇ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ୧୦ ମିନିଟ ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ତାୱା ମଟନ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories