ଆରମ୍ଭ ହେଲା ଟାଟା କର୍ଭର ବିକ୍ରି, ରହିଛି ଅନେକ ଫିଚର୍..

ନୂଆଦିଲ୍ଲୀ : ଭାରତରେ ନୂଆ ଟାଟା କର୍ଭର ଡେଲିଭରୀ ଆରମ୍ଭ ହୋଇଯାଇଛି । କାର୍ ନିର୍ମାତା ୯.୯୯ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ଦାମରେ ଏହାର ବଜାର ପ୍ରବେଶ କରିଥିଲେ । ୩୧ ଅକ୍ଟୋବର ୨୦୨୪ ସୁଦ୍ଧା ବୁକିଂ କରିଥିବା ଗ୍ରାହକଙ୍କ ପାଇଁ ଏହି ପ୍ରାରମ୍ଭିକ ଦାମ୍ ରହିବ । ଏହା ପରେ କମ୍ପାନୀ ଏହାର ଦାମ୍ ବୃଦ୍ଧି କରିପାରେ । ୨ ସେପ୍ଟେମ୍ବରରେ ଲଞ୍ଚ୍ ହୋଇଥିବା ଟାଟା କର୍ଭ ବଜାରରେ କୁପ-ଏସୟୁଭିର ଏକ ନୂଆ ସେଗମେଣ୍ଟରେ ଅଣାଯାଇଥିଲା । ଏଥିରେ ଅନେକ ଫିଚର ରହିଛି ।

ଟାଟା ମୋଟର୍ସ କର୍ଭ ଏସୟୁଭି ପେଟ୍ରୋଲ ଓ ଡିଜେଲ ଇଞ୍ଜିନ ବିକଳ୍ପ ସହିତ ଆସେ । ଏହି କାରରେ ନେକ୍ସନର ୧.୨ ଲିଟର ଟର୍ବୋଚାର୍ଜ ପେଟ୍ରୋଲ ଇଞ୍ଜିନ୍ ମିଳେ ଯାହା ୧୧୯ ବିଏଚପି ପାଓ୍ବର ଓ ୧୭୦ ଏନଏମର ପିକ୍ ଟର୍କ ଜେନେରେଟ୍ କରିଥାଏ । ଟାଟା ଏକ ନୂଆ ହାଇପର ଜିଡିଆଇ ପେଟ୍ରୋଲ ଇଞ୍ଜିନ୍ ମଧ୍ୟ ଆଣିଛି ଯାହା ୧୨୪ ବିଏଚପିର ସର୍ବାଧିକ ପାଓ୍ବର ଓ ୨୨୫ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ ।

ଡିଜେଲ ବିକଳ୍ପରେ ଏକ ନୂଆ ୧.୫ ଲିଟର କିରୋଟିକ୍ ଇଞ୍ଜିନ୍ ମିଳେ ଯାହା ୧୧୭ ହର୍ସପାଓ୍ବର ଏବଂ ୨୬୦ ଏନଏମର ସର୍ବାଧିକ ଟର୍କ ଉତ୍ପନ କରିଥାଏ । ଡିସିଏ ଗିୟରବକ୍ସ ପେଡାଲ ସିଫ୍ଟର୍ସ ଓ ମଲ୍ଟି ରୋଡ୍ ରେଗେନ୍ ସହିତ ଆସିଥାଏ । ଏଥିରେ ୬ ଏୟାରବ୍ୟାଗ୍, ଏବିଏସ୍ ସହିତ ଇବିଡି ଓ ଇଲେକ୍ଟ୍ରୋନିକ୍ ଷ୍ଟେବିଲିଟି ପ୍ରୋଗ୍ରାମ ରହିଛି । କ୍ରୁଜ୍ କଣ୍ଟ୍ରୋଲ, ହିଲ ହୋଲ୍ଡ କଣ୍ଟ୍ରୋଲ, ୩୬୦ ଡିଗ୍ରୀ ମନିଟର ଓ ଅନେକ ଫିଚର ରହିଛି ।

Comments are closed.