ଡେସ୍କ: ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ-୧୭୧ ଦୁର୍ଘଟଣାରେ ୨୭୫ ଜଣଙ୍କ ଜୀବନ ଯାଇଥିବା ବେଳେ, ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ ତାଙ୍କର ସହାନୁଭୂତିଶୀଳ ଏବଂ ସ୍ୱଚ୍ଛ ପ୍ରତିକ୍ରିୟା ପାଇଁ ପ୍ରଶଂସାର ପତ୍ର ପାଲଟିଛନ୍ତି ଯାହା ସଙ୍କଟ ସମୟରେ ନେତୃତ୍ୱ ପାଇଁ ଏକ ମାନଦଣ୍ଡ ସ୍ଥାପନ କରିଛି।
ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଏହି ଦୁର୍ଘଟଣାକୁ ସମ୍ବୋଧିତ କରି ଚନ୍ଦ୍ରଶେଖରନ ସ୍ପଷ୍ଟ ଭାବପ୍ରବଣତାର ସହିତ କହିଥିଲେ, “ମୁଁ ଗଭୀର ଭାବରେ ଦୁଃଖିତ ଯେ ଏହି ସମ୍ପୂର୍ଣ୍ଣ ଦୁର୍ଘଟଣା ଟାଟା-ମାଲିକାନାଧୀନ ଏୟାରଲାଇନ୍ସରେ ଘଟିଛି ଏବଂ ମୁଁ ବହୁତ ଦୁଃଖିତ।” ସେ ନମ୍ରତାର ସହିତ ଆହୁରି ମଧ୍ୟ କହିଥିଲେ, “ମୁଁ ଜେଆରଡି ନୁହେଁ, ମୁଁ କୌଣସି ଆରଏନଟି ନୁହେଁ, କିନ୍ତୁ ଆମେ ସେମାନଙ୍କ ମୂଲ୍ୟବୋଧ ଦ୍ୱାରା ପରିଚାଳିତ।”
ଚନ୍ଦ୍ରଶେଖରନ ଦାୟିତ୍ୱକୁ ଏଡାଇ ନଥିଲେ, ବରଂ ବିମାନ ଇଞ୍ଜିନର ରକ୍ଷଣାବେକ୍ଷଣ ରେକର୍ଡକୁ ବିସ୍ତୃତ ଭାବରେ ପ୍ରକାଶ କରିଥିଲେ ଏବଂ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଅନୁମାନ ପୂର୍ବକ କୌଣସି ଉପସଂହାରରେ ପହଂଚିବା ବିରୁଦ୍ଧରେ ଆହ୍ୱାନ ଦେଇଥିଲେ। ଡାହାଣ ଇଞ୍ଜିନକୁ ୨୦୨୫ ମାର୍ଚ୍ଚରେ ବଦଳାଯାଇଥିଲା ଏବଂ ବାମ ଇଞ୍ଜିନକୁ ୨୦୨୩ରେ ସର୍ଭିସିଂ କରାଯାଇଥିଲା।
ନିରପତ୍ତା ବ୍ୟବସ୍ଥାରୁ ବାହାରକୁ ଯାଇ, ଏୟାର ଇଣ୍ଡିଆ ଏହାର ବୋଇଂ ୭୮୭ ଏବଂ ୭୭୭ ବିମାନଗୁଡ଼ିକର ଉନ୍ନତ ଯାଞ୍ଚ କରିବା ପାଇଁ ୧୫% ଅନ୍ତର୍ଜାତୀୟ ଉଡ଼ାଣ ହ୍ରାସ କରିଛି। ଟାଟା ଗ୍ରୁପ୍ ପ୍ରତ୍ୟେକ ପୀଡିତଙ୍କ ପରିବାର ପାଇଁ ୧ କୋଟି କ୍ଷତିପୂରଣ ଘୋଷଣା କରିଛି ଏବଂ ଆହତଙ୍କୁ ଚିକିତ୍ସା ସହାୟତା ଏବଂ ଧ୍ୱଂସ ହୋଇଥିବା ଛାତ୍ରାବାସର ପୁନଃନିର୍ମାଣ ପରରଣ ପ୍ରତିଶୃତି ଦେଇଛି।
ଶେଷରେ ଚନ୍ଦ୍ରଶେଖରନ୍ କହିଥିଲେ, ଆମେ କେବଳ ପ୍ରତିଶ୍ରୁତି ଦେଇପାରିବୁ ଯେ ଆମେ ସେମାନଙ୍କ ସହିତ ରହିବୁ ଏବଂ ମୁଁ ସେମାନଙ୍କ ସହିତ ରହିବି।



