www.samajalive.in
Monday, December 15, 2025
26.1 C
Bhubaneswar

ବୋହୁ ଭାବେ ସ୍ୱୀକାର କରିବା ପ୍ରସଙ୍ଗରେ କୋର୍ଟଙ୍କ ନିର୍ଦ୍ଦେଶ, ୭ ଦିନ ଏକାଠି ରହିବେ ତପସ୍ୱିନୀ-ସୁମିତ

କିଛିଦିନ ହେବ ଚର୍ଚ୍ଚାରେ ରହିଥିବା ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନର ତପସ୍ୱିନୀ ଦାଶଙ୍କ ପତ୍ନୀ ମାନ୍ୟତା ଦାବି କରି ସ୍ୱାମୀଙ୍କ ବାସଭବନ ଆଗରେ ଧାରଣା ଦେବା ଘଟଣାରେ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ଉଭୟ ପତି-ପତ୍ନୀଙ୍କୁ ୭ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତପସ୍ୱିନୀ ଗତ କିଛିଦିନ ହେବ ତାଙ୍କ ଡାକ୍ତର ସ୍ୱାମୀ ସୁମିତଙ୍କ ଘର ଆଗରେ ଧାରଣା ଦେବା ସହ ମାର୍ଗଶିର ମାସ ଗୁରୁବାର ମହାଲକ୍ଷ୍ମୀଙ୍କ ପୂଜା କରିବା ଘଟଣା ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିଲା।

କୋର୍ଟଙ୍କ ରାୟ ପରେ ଆସିକା ଥାନା ପୁଲିସ ତପସ୍ୱିନୀ ଓ ସୁମିତଙ୍କୁ ନେଇ ଆସିକା ଚିନି କଳ ଅତିଥି ଭବନରେ ରଖିଛନ୍ତି। ଏହାପରେ ସେମାନଙ୍କୁ ଆସିକା ଅଂଚଳରେ ଏକ ଭଡ଼ା ଘରେ ରଖାଯିବ। ଆଗାମୀ ୭ ଦିନ ଯାଏଁ ସବୁ ଘଟଣାର ତଦାରଖ କରିବ ଆସିକା ଥାନା ପୁଲିସ। ଉଭୟଙ୍କ ରହିବା, ଖାଇବା, ଘରଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ସ୍ୱାମୀ ସୁମିତ ବହନ କରିବେ ବୋଲି କୋର୍ଟ କହିଛନ୍ତି। ଏକାଠି ୭ ଦିନ ରହଣି ସମୟରେ କୌଣସି ଗଣମାଧ୍ୟମ, ସାମାଜିକ କର୍ମୀ ଏବଂ ପରିବାର ଲୋକ ସେମାନଙ୍କୁ ଦେଖା କରିପାରିବେ ନାହିଁ କିମ୍ବା ଫୋନ୍‍ ଯୋଗେ ଯୋଗାଯୋଗ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆସିକା ପୁଲିସ ଉଭୟ ତପସ୍ୱିନୀ ଓ ସୁମିତଙ୍କ ଚାଲିଚଳନ ଓ ହାବଭାବ ଲକ୍ଷ୍ୟ କରି କୋର୍ଟରେ ରିପୋର୍ଟ ଦାଖଲ କରିବେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories