ନୂଆଦିଲ୍ଲୀ: ଏଠାରେ ଥିବା ବିଭିନ୍ନ ଦୂତାବାସରେ କୋଭିଡ ସଂକ୍ରମଣ ବୃଦ୍ଧିପାଉଥିବା ଖବର ହସ୍ତଗତ ହୋଇଥିବାବେଳେ ଭାରତରେ ଅବସ୍ଥାପିତ ତାଞ୍ଜାନିଆର ଜଣେ କୂଟନୀତିଜ୍ଞଙ୍କର ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ବେସ୍ ହସପିଟାଲରେ ପରଲୋକ ଘଟିଛି। ଭାରତରେ କୋଭିଡ-୧୯ ମହାମାରୀରେ ଆକ୍ରାନ୍ତ ହୋଇ ଜଣେ ବିଦେଶୀ କୂଟନୀତିଜ୍ଞ ପ୍ରାଣ ହରାଇବା ଏହା ପ୍ରଥମ ଘଟଣା। ତାଞ୍ଜାନିଆ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଭାରତରେ ଅବସ୍ଥାପିତ ତାଞ୍ଜାନିଆର ପ୍ରତିରକ୍ଷା ପରାମର୍ଶଦାତା କର୍ଣ୍ଣେଲ ଡ.ମୋସେସ ବିଟସ୍ ଏମଲୁଲାଙ୍କର ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ବେସ୍ ହସପିଟାଲରେ ମୃତ୍ୟ ଘଟିଛି। ଗତ ସପ୍ତାହରେ ନ୍ୟୁଜିଲାଣ୍ଡ ଏବଂ ଫିଲିପାଇନ୍ସ ଦୂତାବାସ ପକ୍ଷରୁ ଅମ୍ଳଜାନ ସହାୟତା ଲୋଡାଯାଇଥିଲା। ଏଥିରୁ ଉକ୍ତ ଦୂତାବାସରେ କେହି କୋଭିଡ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି। ଇତିମଧ୍ୟରେ କିଛି ରାଷ୍ଟ୍ର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେମାନଙ୍କର କୂଟନୀତିଜ୍ଞମାନଙ୍କୁ ସ୍ୱଦେଶ ଫେରାଇବା ଆରମ୍ଭ କରିଛନ୍ତି। ଥାଇଲାଣ୍ଡ ସରକାର ଏଠାରେ ଥିବା ଏକାଧିକ କୂଟନୀତିଜ୍ଞଙ୍କୁ ଫେରାଇ ନେବାପାଇଁ ଏକ ଏୟାର ଆମ୍ବୁଲାନ୍ସ ପଠାଇଥିଲେ।
ଭାରତରେ ତାଞ୍ଜାନିଆ ପ୍ରତିରକ୍ଷା ପରାମର୍ଶଦାତାଙ୍କ କୋଭିଡରେ ପରଲୋକ
Popular Categories



