ଭୁବନେଶ୍ୱର : ଦେଶର ଚାରୋଟି ରାଜ୍ୟରେ ଭୋଟ ଗଣତି ପରେ ଫଳାଫଳ ମିଳିସାରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଆଜି ସକାଳେ ମମତାଙ୍କ ସହ କଥା ହୋଇ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପାଇଁ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।



