www.samajalive.in
Friday, December 5, 2025
26.1 C
Bhubaneswar

ଅଟିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କଲା ଟିପିଏସ୍ଓଡିଏଲ୍; ‘ତନଭି ଦି ଗ୍ରେଟ୍’ ଚଳଚ୍ଚିତ୍ର ପ୍ରଦର୍ଶିତ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍), ଅନୁପମ ଖେର ଷ୍ଟୁଡିଓ ସହଭାଗିତାରେ ବ୍ରହ୍ମପୁର ସ୍ଥିତ ଗୌତମ ସିନେମା ହଲରେ ‘ତନଭି ଦି ଗ୍ରେଟ୍’ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।  ସ୍ନାୟୁ ବିବିଧତା ତଥା ଅଟିଜିମ୍ ଦ୍ୱାରା ପ୍ରଭାବିତ ବ୍ୟକ୍ତି ବିଶେଷଙ୍କ ସପକ୍ଷରେ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

କାର୍ଯ୍ୟକ୍ରମରେ ସ୍ନାୟୁବିବିଧ ତଥା ଅଟିଜିମ୍ ଶିଶୁ, ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତି ବିଶେଷ, ଶିକ୍ଷାବିତ୍, ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଏନଜିଓ, ସରକାରୀ କର୍ମଚାରୀ ଓ ଅଞ୍ଚଳର ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ । ୬୦୦ରୁ ଅଧିକ ଦର୍ଶକ ଏହି ଚଳଚ୍ଚିତ୍ରକୁ ଦେଖିଥିବା ବେଳେ ଟିପିଏସ୍ଓଡିଏଲର ଏଭଳି ଉଦ୍ୟମକୁ ସେମାନେ ପ୍ରଶଂସା କରିଥିଲେ । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ, ସମସ୍ତ ବରିଷ୍ଠ ଅଧିକାରୀ, ସରକାରୀ ଅଧିକାରୀ, ଟାଟା ଷ୍ଟିଲ ଫାଉଣ୍ଡେସନ, ସର୍ବଶିକ୍ଷା ଅଭିଯାନ ଓ ଅନ୍ୟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଚଳଚ୍ଚିତ୍ରଟି ସମାଜ ଗଠନ ଦିଗରେ ପଦକ୍ଷେପ କମ୍ପାନୀର ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣ କରୁଛି ବୋଲି ଅଧିକାରୀମାନେ ମତ ରଖିଥିଲେ ।

- Advertisement -

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ । ବହୁସଂଖ୍ୟାରେ ପିଲାମାନେ ଏହି ଚଳଚ୍ଚିତ୍ର ଦେଖିବା ସହ ଅଟିଜିମ୍ ସମ୍ପର୍କରେ ସଚେତନ ହୋଇଥିଲେ । ଏଭଳି ହେବା ଦ୍ଵାରା ପିଲାମାନେ ଛୋଟ ବେଳୁ  ସହଭାଗିତା ଓ ଅନ୍ତର୍ଭୁକ୍ତୀକରଣର ମୂଲ୍ୟବୋଧକୁ ବୁଝିପାରିବେ । ଅନୁପମ ଖେର ପ୍ରଡକ୍ସନ୍ ଦ୍ୱାରା ନିର୍ଦ୍ଦେଶିତ ଓ ଏନଏଫଡିସିର ମିଳିତ ଉଦ୍ୟମରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଚଳଚ୍ଚିତ୍ରର କାହାଣୀରେ ଜଣେ ଅଟିଷ୍ଚିକ୍ ଯୁବତୀ ଭାରତୀୟ ସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖୁଛନ୍ତୁ । ଅଟିଜିମ୍ ସ୍ପ୍ରେକ୍ଟ୍ରମ୍ ଡିଜଅର୍ଡର ସହ ଯୁବତୀଙ୍କ ସଂଘର୍ଷ ଓ ତାଙ୍କ ଶକ୍ତି – ସାମର୍ଥ୍ୟକୁ ଚଳଚ୍ଚିତ୍ରରେ ଚମତ୍କାର ଢଙ୍ଗରେ ପ୍ରଦର୍ଶିତ କରାଯାଇଛି ।

ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଟାଟା ପାଓ୍ୱାରର ଫ୍ଲାଗସିପ୍ ପ୍ରୋଗ୍ରାମ ‘ପେ ଅଟେନସନ୍’ର ଏକ ଅଂଶ ଅଟେ । ଅଟିଜିମ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ଏହାର ନିରାକରଣକୁ ଉତ୍ସାହିତ କରିବା ଦିଗରେ କମ୍ପାନୀ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ସେହିଭଳି ଅଟିଜିମ୍ ଦ୍ୱାରା ପ୍ରଭାବିତ ବ୍ୟକ୍ତିମାନଙ୍କ ଯତ୍ନ ନେଉଥିବା ଲୋକଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବା ଦିଗରେ କମ୍ପାନୀ ଗୁରୁତ୍ୱ ଦେଉଛି । ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି  “ଅନ୍ତର୍ଭୁକ୍ତୀକରଣ କାହାରି ପ୍ରତି ଦୟା ନୁହେଁ, ଏହାକୁ ସଶକ୍ତିକରଣ ବୋଲି ବୁଝିବା ଦରକାର । ପ୍ରତ୍ୟେକ ବ୍ୟକ୍ତିର ଦକ୍ଷତା ସ୍ୱତନ୍ତ୍ର, ଯାହା ସମାଜକୁ ସର୍ବଦା ପ୍ରେରଣା ଯୋଗାଇବାକୁ ସକ୍ଷମ । ‘ତନଭି ଦି ଗ୍ରେଟ୍’ ଭଳି ସିନେମା ଆମକୁ କରୁଣା ଓ ଦାୟିତ୍ୱର ବାର୍ତ୍ତା ବିସ୍ତାର କରିବାରେ ସାହାଯ୍ୟ କରେ। ଟିପିଏସ୍ଓଡିଏଲ୍ ଏଭଳି ଏକ ସଂପ୍ରଦାୟ ଗଠନ କରିବାକୁ ପ୍ରତିଶ୍ରୁତିବଦ୍ଧ ଯେଉଁଠାରେ ବିବିଧତାକୁ ପାଳନ କରିବା ଆମର ପ୍ରମୁଖ ସାମାଜିକ ଦାୟିତ୍ୱ ହେବ ।”

ଟିପିଏସ୍ଓଡିଏଲ୍ ବିଦ୍ୟୁତ ବିତରଣ ଦାୟିତ୍ୱରୁ ଆଗକୁ ବଢ଼ି ସାମାଜିକ ଅନ୍ତର୍ଭୁକ୍ତୀକରଣ ସମେତ ଏକ ସହାନୁଭୂତିଶୀଳ ସଂପ୍ରଦାୟ ଗଠନ ଉପରେ ଧ୍ୟାନ ଦେଉଛି । ଯେଉଁମାନେ ଭିନ୍ନ, ସେମାନେ ଆମଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି – ଏହି ବାର୍ତ୍ତାର ପ୍ରଚାର କରି ସମାଜର ବିବିଧତା ଓ ସ୍ୱତନ୍ତ୍ରତାକୁ ପାଳନ କରିବା ଉପରେ କମ୍ପାନୀ ଗୁରୁତ୍ୱ ଦେଉଛି ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories