www.samajalive.in
Sunday, December 14, 2025
19.1 C
Bhubaneswar

ରାୟଗଡା ଓଭରବ୍ରିଜରୁ ୩୦ ଫୁଟ ତଳକୁ ଖସିଲା ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ଲୋକେ

ରାୟଗଡ଼ା : ରାୟଗଡା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ରାୟଗଡା ଓଭର ବ୍ରିଜ ଉପରୁ ୩୦ ଫୁଟ ତଳକୁ ଖସିପଡିଲା ଏକ ଟ୍ୟାଙ୍କର। ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ। ଟ୍ୟାଙ୍କର ଡ୍ରାଇଭର ଏଥିରେ ସାମାନ୍ୟ ଆହତ ହୋଇଥିବା ବେଳେ ଓଭର ବ୍ରିଜ ତଳେ ମାଛ ବିକ୍ରି କରୁଥିବା କିଛି ବ୍ୟକ୍ତି ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଖବର ମିଳିଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏଭଳି ଦୁର୍ଘଟଣା ଘଟିଥିବା ଆଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ, ରାୟଗଡ଼ା ସହର ମଧ୍ୟ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ରହିଛି ଏକ  ପୁରୁଣା ଫ୍ଲାଏ ଓଭର ବ୍ରିଜ୍। ଆଜି ଅପରାହ୍ନରେ ଏକ ଟ୍ୟାଙ୍କର କୋରାପୁଟରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ୩୦ ଫୁଟ ତଳକୁ ଖସିପଡିଥିଲା। ଏକ ସ୍କୁଟି ଚାଳକକୁ ବଞ୍ଚାଇବାକୁ ଯାଇ ଟ୍ୟାଙ୍କର ଡ୍ରାଇଭର ଫ୍ଲାଏ ଓଭର ପାର୍ଶ୍ୱ ପାଚେରୀ ଭାଙ୍ଗି ତଳକୁ ଖସି ପଡିଛି। ଫଳରେ ଟ୍ୟାଙ୍କର ଡ୍ରାଇଭର ଆହତ ହୋଇଥିବା ବେଳେ ଯାଇଛି। ଫ୍ଲାଏ ଓଭରରୁ ଟ୍ୟାଙ୍କର ଓଲଟି ପଡ଼ିବା ସମୟରେ ଏକ ସ୍କୁଟି ଟ୍ୟାଙ୍କର ସହ ତଳକୁ ଟାଣି ହୋଇଯାଇଥିଲା। ତେବେ ସ୍କୁଟି ଚାଳକ ନିଜକୁ ସୁରକ୍ଷିତ ରଖିବା ପାଇଁ ସ୍କୁଟିରୁ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ। ସେଭଳି ଓଭରବ୍ରିଜ ତଳେ ମାଛ ବିକ୍ରି କରୁଥିବା କିଛି ବ୍ୟବସାୟୀ ଏଥିରୁ ବର୍ତ୍ତି ଯାଇଥିବା ଖବର ମିଳିଛି।
ଅପରାହ୍ନ ୨ଟା ବେଳେ ଏହି ଦୁର୍ଘଟଣା ଘଟିଥିବାରୁ ଓଭର ବ୍ରିଜ ତଳେ ବେଆଇନ ଭାବେ ଚାଲିଥିବା ବଜାର ଖାଁ ଖାଁ ଥିଲା। ଫଳରେ ସହରବାସୀଙ୍କ ଧନଜୀବନ ରକ୍ଷା ପାଇଯାଇଛି। ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ରାୟଗଡ଼ା ଟାଉନ ଥାନା ପୁଲିସ, ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ଟ୍ୟାଙ୍କରରେ ପାଣି ପକାଇ ନିଆଁ ଲାଗିବାକୁ ଦେଇନଥିଲେ।
ରାୟଗଡା ଓଭରବ୍ରିଜର ଶୋଚନୀୟ ଅବସ୍ଥା ନେଇ ବାରମ୍ବାର ଦାବି କରାଯାଉଥିବା ବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ କିମ୍ବା ପୂର୍ତ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନାହାଁନ୍ତି। ଫଳରେ ଆଜି ଏଭଳି ଦୁର୍ଘଟଣା ଘଟିଲା ବୋଲି ରାୟଗଡା ବିଧାୟକ ଆପଲାସ୍ବାମୀ କାଡ୍ରାକା କହିଛନ୍ତି। ଏହି ଦୁର୍ଘଟଣା ସକାଳେ ଘଟିଥିଲେ ବଜାରକୁ ପରିବା କିଣିବା ପାଇଁ ଆସୁଥିବା ବହୁ ବ୍ୟକ୍ତି ଏଥିରେ ମୃତାହତ ହୋଇଥାନ୍ତେ। ଏଥିପ୍ରତି କିଏ ଦାୟୀ ରହିବ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି।
ରାୟଗଡା ଜିଲାପାଳ ସହର ମଧ୍ୟରେ ଭାରି ଯାନ ଚଳାଚଳ ନେଇ ଗତ ୧ ତାରିଖରୁ କଟକଣା ଲଗାଇଥିଲେ ମଧ୍ୟ ଏହାକୁ ଉଲଙ୍ଘନ କରି ସହର ମଧ୍ୟରେ ଭାରିଯାନ ଚଳାଚଳ କରୁଛି। ଏଥିପ୍ରତି ପୁଲିସ ପ୍ରଶାସନ ଆଖି ବୁଜି ଦେଇଛି ବୋଲି କାଉନସିଲର ସନ୍ତୋଷ କୁମାର ଦଳେଇ ଅଭିଯୋଗ କରିଛନ୍ତି। ଯଦି ଟ୍ୟାଙ୍କରଟି ବାମ ପାର୍ଶ୍ବକୁ ନ ଓଲଟି ଡାହଣ ପଟକୁ ଖସିିଥିଲେ ବହୁ ବ୍ୟକ୍ତିଙ୍କ ଧନଜୀବନ କ୍ଷତି ହୋଇଯାଇଥାନ୍ତା ବୋଲି ସହରବାସୀ କହିଛନ୍ତି। ତେବେ ଏ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories