www.samajalive.in
Sunday, December 14, 2025
19.1 C
Bhubaneswar

ଦବିଲା ଟାଙ୍ଗଣା ପୋଲ ; ତଥାପି ବିପଦ ସଙ୍କୁଳ ଯାତ୍ରା !

ନୀଳଗିରି : ବାଲେଶ୍ଵର ଓ ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ନୀଳଗିରି-କପ୍ତିପଦା ରାସ୍ତାର ଟାଙ୍ଗଣା ଛକ ନିକଟ ପୋଲଟି ସୋମବାର ରାତି ସାଢ଼େ ୧୦ଟା ସମୟରେ ଅତଡ଼ା ଖସି ବିପଦସଙ୍କୁଳ ଅବସ୍ଥାରେ ରହିଛି । ଅବିଶ୍ରାନ୍ତ ବର୍ଷା ଯୋଗୁ ପ୍ରାୟ ୪୦ ଫୁଟ ବିଶିଷ୍ଟ ଏହି ପୋଲ ଉପରେ ୩/୪ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଆଖି ପିଛୁଳାକେ ଅତଡ଼ା ଖସି ଚାଲିଥିଲେ ହେଁ ଏହି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ହେଉନଥିବା ଅଭିଯୋଗ ହୋଇଛି । ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ଅଧିକାରୀ କିମ୍ବା ପୁଲିସ ପ୍ରଶାସନ ପହଞ୍ଚିନାହିଁ । କଟକ-ଭୁବନେଶ୍ବରକୁ ଯାଉଥିବା ଯାତ୍ରାବାହୀ ବସଗୁଡ଼ିକ ଏହି ଦୁର୍ବଳ ପୋଲ ଉପରେ ଚଢ଼ି ପାରି ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । କେଉଁ ମୁହୂର୍ତ୍ତରେ କିଛି ବି ବିପଦ ଘଟିପାରେ ବୋଲି କୁହାଯାଉଛି । ସେପଟେ ଅଞ୍ଚଳବାସୀଙ୍କ ତରଫରୁ ସେହି ରାସ୍ତାକୁ ସିଲ୍‌ କରିବାକୁ ଉଦ୍ୟମ କରାଯାଉଥିବା ବେଳେ ଭାରୀଯାନଗୁଡ଼ିକ ସେମାନଙ୍କ କଥାକୁ ଭ୍ରୁକ୍ଷେପ ନକରି ଯାତାୟାତ କରୁଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି । ଅପରପକ୍ଷରେ ରାଜ୍ୟ ରାଜପଥ ନିର୍ମାଣ ଚାଲୁଥିବା ଏବଂ ଏହି ଦୁର୍ବଳ ପୋଲ ପାର୍ଶ୍ଵରେ ଅନ୍ୟ ଏକ ନୂତନ ପୋଲ ଦୀର୍ଘଦିନ ହେବ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ଜଣାପଡ଼ିଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories