www.samajalive.in
Saturday, December 6, 2025
17.1 C
Bhubaneswar

ତାମିଲନାଡୁ ପ୍ରେକ୍ଷାଳୟରୁ ହଟିଲା ୫୦ ପ୍ରତିଶତ ଦର୍ଶକ ପ୍ରତିବନ୍ଧକ

ଚେନ୍ନାଇ : ତାମିଲନାଡୁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ତାମିଲ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ଅବଧିରେ ପ୍ରେକ୍ଷାଳୟ ଉପରେ ଲାଗିଥିବା ୫୦ ପ୍ରତିଶତ ଦର୍ଶକ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଏହି ନିଷ୍ପତ୍ତି ନେବା କ୍ଷେତ୍ରରେ ତାମିଲନାଡୁ ଦେଶର ପ୍ରଥମ ରାଜ୍ୟ। ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସରୁ ୫୦ ପ୍ରତିଶତ କ୍ଷମତା ନିୟମକୁ ହଟାଇ, ଏହାକୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। କିନ୍ତୁ କରୋନା ସମ୍ବନ୍ଧୀୟ ଜାରି ଏସ୍‌ଓପି କୁ ଅନୁସରଣ କରାଯିବ।


ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଅଭିନେତା ବିଜୟ ଏବଂ ପ୍ରେକ୍ଷାଳୟ ମାଲିକମାନେ ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀଙ୍କୁ ନିବେଦନ କରିଥିଲେ ଯେ, ପ୍ରେକ୍ଷାଳୟରେ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବାକୁ ଅନୁମତି ଦିଅନ୍ତୁ। ସୁରକ୍ଷିତ କୋଭିଡ-୧୯ ପ୍ରୋଟୋକଲ ଅନୁଯାୟୀ, ଅକ୍ଟୋବରରୁ ୫୦ ପ୍ରତିଶତ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବସିବାକୁ ଅନୁମତି ଦିଆଯାଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories