www.samajalive.in
Friday, December 5, 2025
20.1 C
Bhubaneswar

ଚୀନ କମ୍ପାନୀକୁ ଦିଲ୍ଲୀ-ମୀରଟ ରେଳ ପ୍ରକଳ୍ପ ଟେଣ୍ଡର

ନୂଆଦିଲ୍ଲୀ: ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ ସୈନ୍ୟଙ୍କ ସହିତ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚୀନ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ କରାଗଲା। ଚାଇନା ମୋବାଇଲ ଆପ୍‌ଠୁ ଆରମ୍ଭ କରି ଚୀନ ଉତ୍ପାଦ ବର୍ଜନ କରିବାକୁ ଅଭିଯାନ ଚାଲିଲା। ବିଭିନ୍ନ ରାଜ୍ୟର ସରକାର ଚୀନ କମ୍ପାନୀଗୁଡ଼ିକର ଟେଣ୍ଡର ବାତିଲ କଲେ। କିନ୍ତୁ ଏବେ ଜାତୀୟ ରାଜଧାନୀ ଆଞ୍ଚଳିକ ପରିବହନ ନିଗମ (ଏନସିଆରଟିସି) ଏକ ଚୀନ କମ୍ପାନୀକୁ ରେଳ ପ୍ରକଳ୍ପ ଟେଣ୍ଡର ଦେଇଥିବା ଜଣାପଡ଼ିଛି।

ଦିଲ୍ଲୀ-ମୀରଟ ଆଞ୍ଚଳିକ ତ୍ଵରିତ ରେଳ ପରିବହନ ପ୍ରଣାଳୀ (ଆରଆରଟିଏସ) ପ୍ରକଳ୍ପ ଅଧୀନରେ ନ୍ୟୁ ଅଶୋକ ନଗରରୁ ସାହିବାବାଦ ପର୍ଯ୍ୟନ୍ତ ୫.୬ କିଲୋମିଟର ଦୂରତା ବିଶିଷ୍ଟ ରେଳ ସୁଡ଼ଙ୍ଗ ନିର୍ମାଣ କରିବା ଲାଗି ଏନସିଆରଟିସି ଏକ ଚାଇନା କମ୍ପାନୀକୁ ଟେଣ୍ଡର ଦେଇଛି। ଏହି କମ୍ପାନୀ ହେଉଛି ଶାଙ୍ଘାଇ ଟନେଲ ଇଞ୍ଜିନିୟରିଂ କମ୍ପାନୀ (ଏସଟିଇସି) ଲିମିଟେଡ୍‌। ତେବେ ନିର୍ଦ୍ଧାରିତ ପ୍ରକ୍ରିୟା ଏବଂ ଗାଇଡ୍‌ଲାଇନ ଅନୁସାରେ ଏହି ଟେଣ୍ଡର ଦିଆଯାଇଛି ବୋଲି ଏନସିଆରଟିସି ପକ୍ଷରୁ କୁହାଯାଇଛି।

- Advertisement -

ସୂଚନାଯୋଗ୍ୟ, ଲଦାଖର ଏଲଏସିରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଦିଲ୍ଲୀ-ମୀରଟ ଆରଆରଟିଏସ ପ୍ରକଳ୍ପର ୫.୬ କିଲୋମିଟର ସୁଡ଼ଙ୍ଗ ନିର୍ମାଣ ଲାଗି ଚୀନ କମ୍ପାନୀ ଏସଟିଇସି ସର୍ବନିମ୍ନ ଟଙ୍କାର ନିଲାମ ଡାକିବା ପରେ ଗତବର୍ଷ ଜୁନରେ ବିବାଦ ସୃଷ୍ଟି ହୋଇଥିଲା।

କିନ୍ତୁ ଦିଲ୍ଲୀ-ଗାଜିଆବାଦ-ମୀରଟ ମଧ୍ୟରେ ୮୨ କିଲୋମିଟର ଲମ୍ବ ଆରଆରଟିଏସ କରିଡର ପାଇଁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ହେଉଛି। ତେଣୁ ଦେଶର ବିକ୍ରେତାମାନେ ବିନା କୌଣସି ଭେଦଭାବରେ ନିଲାମ ପ୍ରକ୍ରିୟାରେ ଭାଗନେବାକୁ ଯୋଗ୍ୟ ଅଟନ୍ତି ବୋଲି ଏଡିବିର ନିର୍ଦେଶାବଳୀରେ ଦର୍ଶାଯାଇଥିଲା। ଏହାପରେ ଏନସିଆରଟିସି ପକ୍ଷରୁ ୨୦୧୯ ନଭେମ୍ବର ୯ରେ ୫.୬ କିଲୋମିଟର ସୁଡ଼ଙ୍ଗ ନିର୍ମାଣ ପାଇଁ ନିଲାମ ଡକାଇଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories