www.samajalive.in
Monday, December 15, 2025
26.1 C
Bhubaneswar

ଆଜି ଶପଥ ନେବ ତାଲିବାନ ସରକାର

କାବୁଲ: ଆଫଗାନିସ୍ତାନରେ ଆଜି ତାଲିବାନ ସରକାର ଗଠନ ହେବା ସମ୍ଭାବନା ରହିଛି। ଶୁକ୍ରବାର ପ୍ରାର୍ଥନା ପରେ ନୂଆ ସରକାର ଶପଥ ନେବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଗତ ଦୁଇ ସପ୍ତାହ ଧରି ଏ ନେଇ ଚାଲିଥିବା ପ୍ରକ୍ରିୟା ଏବେ ଚୂଡ଼ାନ୍ତ ସ୍ତରରେ ପହଞ୍ଚଛି। ଘୋର ଆର୍ଥିକ ଓ ସୁରକ୍ଷାଗତ ସଂକଟ ମଧ୍ୟରେ ସରକାର ଗଠନ ହେବାକୁ ଯାଉଥିବା ଜଣେ ତାଲିବାନ ନେତା ସୂଚନା ଦେଇଛନ୍ତି। ଏଥିମଧ୍ୟରେ ଦେଶର ଆର୍ଥିକ ପରିଚାଳନା ପାଇଁ ତାଲିବାନ ବିଭିନ୍ନ ବୈଦେଶିକ ଅନୁଦାନ ଓ ସହାୟତା ଉପରେ ଆଶା ରଖିଛି। ଏଥିପାଇଁ ନିବେଦନ ପରେ ମାନବିକତା ଆଳରେ ବିଭିନ୍ନ ରାଷ୍ଟ୍ର ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏ ବାବଦରେ ତାଲିବାନକୁ ୧୦ ବିଲିୟନ ବା ୧୦୦୦ କୋଟି ଡଲାର ମିଳିବା ସମ୍ଭାବନା ରହିଛି। ଏହାଦ୍ବାରା ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଥିବା ଖାଦ୍ୟ ସଂକଟ ଦୂର ପ୍ରତି ପ୍ରାଥମିକତା ଦିଆଯିବ ବୋଲି ସୂଚନା ମିଳିଛି। ଦେଶର ଦୁଇ-ତୃତୀୟାଂଶ ଜନତା ଏବେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି ।

ଭୟରେ ହଜାର ହଜାର ଆଫଗାନ୍‌ବାସୀ ଦେଶ ଛାଡ଼ିବା ପାଇଁ ଡହଳ ବିକଳ ହେଉଥିବା ଦେଖାଯାଉଛି। ଏମିତି ଅବସ୍ଥାରେ ପାକିସ୍ତାନ ସୀମାନ୍ତ ସ୍ପିନ୍‌-ବଦଲାକ-ଚମନ ଅଞ୍ଚଳରେ ଦଳାଚକଟା ହୋଇଥିବାର ସୂଚନା ମିଳିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତାହତ ନେଇ ବିଶେଷ ବିବରଣୀ ମିଳି ନାହିଁ। ଏଭଳି ଅବସ୍ଥା ଦେଖି ପାକିସ୍ତାନ ଏହାର ଆଫଗାନିସ୍ତାନ ସଂଲଗ୍ନ ସୀମାକୁ ବନ୍ଦ କରିଦେଇଥିବା ଜଣାପଡ଼ିଛି। ସେହିଭଳି ପଞ୍ଜଶିରରେ ମହମ୍ମଦ ଆବାସଙ୍କ ନେତୃତ୍ବାଧୀନ ନଦର୍ଣ୍ଣ ଆଲାଏନ୍ସ ବାହିନୀ ତାଲିବାନ ସହିତ ଘମାଘୋଟ ଲଢ଼େଇରେ ଲାଗିଛନ୍ତି। ତାଲିବାନ ଏହି ପ୍ରଦେଶର ଚାରିପଟୁ ଘେରି ରହିଥିଲେ ମଧ୍ୟ ଭିତରକୁ ପ୍ରବେଶ କରିପାରୁ ନାହାନ୍ତି। ବାହିନୀ କୌଣସି ପରିସ୍ଥିତି ହାର ମାନିବ ନାହିଁ ବୋଲି ଆବାସ ଘୋଷଣା କରିଛନ୍ତି। ଏହି ଲଢ଼େଇରେ ଗତ କାଲି ୩୫୦ ତାଲିବାନୀ ନିପାତ ହୋଇଥିଲାବେଳେ ଗୁରୁବାର ଦୁଇ ଆଲାଏନ୍ସ ସେନା ନିହତ ହୋଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ ତାଲିବାନ ମୁଖପାତ୍ର ଭଳି ପୁନର୍ବାର ଚେତାବନୀ ​‌େ​‌ଦଇଛନ୍ତି ଯେ ଯେଉଁ ରାଷ୍ଟ୍ର ନୂଆ ସରକାରକୁ ସ୍ବୀକୃତି ନ ଦେବେ ସେମାନଙ୍କୁ ଗୃହଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିବା ଆଶଙ୍କା ରହିଛି। ଅପରପକ୍ଷରେ ରୁଷିଆ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ଆମେରିକାକୁ ସମାଲୋଚନା କରି କହିଛନ୍ତି ଯେ ଏଥିରୁ ଆମେରିକା କିମ୍ବା ଆଫଗାନିସ୍ତାନକୁ କିଛି ବି ସଫଳତା ମିଳି ନାହିଁ; ବରଂ ଉଭୟ ଲାଞ୍ଛିତ ହୋଇଛନ୍ତି।

- Advertisement -

ଅନ୍ୟପଟେ ତାଲିବାନ ରାଜନୈତିକ ବ୍ୟାପାର ମୁଖ୍ୟ ଶେର୍‌ ମହମ୍ମଦ ଆବାସ୍‌ ସ୍ତାନିକଜାଇ ମହିଳାମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେମାନଙ୍କୁ ଏଥିପାଇଁ ତାଲିବାନ ସରକାରଙ୍କ ପକ୍ଷରୁ ଆବଶ୍ୟକ ଭତ୍ତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ୧୯୯୬ରେ ତାଲିବାନ ସରକାରରେ ଥିବାବେଳେ ମହିଳାଙ୍କୁ ଶିକ୍ଷା ଓ ସ୍ବାଧୀନତା ପ୍ରଦାନରେ କୌଣସି ଅବହେଳା କରାଯିବ ନାହିଁ ବୋଲି ଘୋଷଣା କରିଥିଲେ; କିନ୍ତୁ ବାସ୍ତବରେ ଏହାର ବିପରୀତ କାର୍ଯ୍ୟ ଦେଖିବାକୁ ମିଳିଥିଲା। ଏହାର ସ୍ମରଣ କରି ଆଫଗାନିସ୍ତାନର ବୁଦ୍ଧିଜୀବୀ ମହିଳା ତଥା ସାମାଜିକ କର୍ମୀ ଏବଂ ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପ୍ରମୁଖ ସହର ହେରାତ୍‌ରେ ବହୁ ସଂଖ୍ୟକ କର୍ମଜୀବୀ ମହିଳା ଗୁରୁବାର ବିରାଟ ଶୋଭାଯାତ୍ରା ବାହାର କରିବା ସହ ପ୍ରସ୍ତାବିତ ସରକାରରେ ସେମାନଙ୍କୁ ଅଧିକାର ସାବ୍ୟସ୍ତ ପାଇଁ ସୁଯୋଗ ଦେବାକୁ ଦାବି କରିଛନ୍ତି। ସେମାନଙ୍କ ସଫଳତାକୁ ସରକାର ସ୍ବୀକୃତି ଦେବା ଆବଶ୍ୟକ ବୋଲି ମତ ଦେବା ସହ ମହିଳାଙ୍କ ବିନା କୌଣସି ସରକାର ବା ଶାସନ ତିଷ୍ଠିପାରି ନାହିଁ ବୋଲି ସେମାନେ ଚେତାଇ ଦେଇଛନ୍ତି। ସରକାରରେ ମହିଳାଙ୍କୁ ସାମିଲ ପାଇଁ ସେମାନେ ଦାବି ଦୋହରାଇଛନ୍ତି। ତାଲିବାନ ସହ ସଂଘର୍ଷରେ ଆଫଗାନିସ୍ତାନର ୨ ଲକ୍ଷ ୪୦ହଜାରରୁ ଅଧିକ ନିରୀହ ନାଗରିକ ପ୍ରାଣ ହରାଇଛନ୍ତି ଓ ଅଧିକାଂଶ ନିର୍ଯାତନାର ଶିକାର ହୋଇଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories