www.samajalive.in
Tuesday, December 9, 2025
23.1 C
Bhubaneswar

ପୁନର୍ବାର ବିଶ୍ୱ ମହଲରୁ ସହଯୋଗ ଲୋଡିଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ବଳପୂର୍ବକ କ୍ଷମତା ଅକ୍ତିଆର କରିଥିବା ତାଲିବାନ ଆତଙ୍କି ଗୋଷ୍ଠୀ ପୁନର୍ବାର ବିଶ୍ୱ ସମୁଦାୟଠାରୁ ସହଯୋଗ ଲୋଡିଛି । ୧୯୯୦ର ଶାସନକାଳ ଭଳି ଚଳିତ ଥର ମଧ୍ୟ ଅସହିଷ୍ଣୁତା, କ୍ରୁର ଆଚରଣକୁ ନେଇ ବିଶ୍ୱବ୍ୟାପୀ ନିନ୍ଦିତ ହେଉଥିବା ତାଲିବାନ ଶୁକ୍ରବାର ଦିନ ବିଶ୍ୱ ସମୁଦାୟଙ୍କୁ ସାନି ନିବେଦନ କରି ଆଲୋଚନା ଜରିଆରେ ରହିଥିବା ଭୁଲ ବୁଝାମଣା ଦୂର କରିବା ଦିଗରେ ସହଯୋଗ କରିବାକୁ ନିବେଦନ କରିଛି ।

ଇସଲାମିକ ଏମିରେଟସ ଅଫ ଆଫଗାନିସ୍ତାନ (ଆଇଇଏ)ର ଉପ ପ୍ରଧାନମନ୍ତ୍ରୀ ଅବଦୁଲ ଘନି ବରାଦରଙ୍କ ଉକ୍ତିକୁ ଉଦ୍ଧାର କରି ତାଲିବାନ ମୁଖପାତ୍ର ସୁହେଲ ସାହିନ କହିଛନ୍ତି, ଆଇଇଏ ବିଶ୍ୱର ସମସ୍ତ ରାଷ୍ଟ୍ର ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି । ଯଦି କାହାର କିଛି ସମସ୍ୟା ରହିଥାଏ ତେବେ ତାହା ଆଲୋଚନା ଓ ବୁଝାମଣା ଜରିଆରେ ସମାଧାନ କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି । ସେମାନେ କାହାର କିଛି କ୍ଷତି କରିବାକୁ ଚାହାନ୍ତି ନାହିଁ କିମ୍ବା ସେମାନଙ୍କର ସେଭଳି କିଛି ନୀତି ନାହିଁ । ଆଫଗାନିସ୍ତାନରେ ଭବିଷ୍ୟତରେ ଶାନ୍ତି ସ୍ଥାପନ ହେବ । ସୂଚନାଯୋଗ୍ୟ ଯେ ତାଲିବାନ ଆତଙ୍କି ଗୋଷ୍ଠୀ ଉପରେ ସାନି କଟକଣା ଜାରି କରବାକୁ ଆମେରିକା ସିନେଟରେ ଏକ ବିଲ୍‌ ଆଗତ ହେବା ଘଟଣାକୁ ନେଇ ସୁହେଲ ସାହିନ ନାରାଜ ଭାବ ପ୍ରକାଶ କରିଛନ୍ତି । ଏହାଦ୍ୱାରା ଆଫଗାନିସ୍ତାନରେ ଆମେରିକାର ବିଫଳ ନୀତିର ପୁନରାବୃତି ଘଟିବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ତାଲିବାନ ଉପରେ ନୂଆ କଟକଣା ଲଗାଇବାକୁ ଆମେରିକାର ୨୦ରୁ ଅଧିକ ସିନେଟ ସଦସ୍ୟ ଏକ ପ୍ରସ୍ତାବ ଆଣିଛନ୍ତି । ଏଥିସହିତ ଯେଉଁମାନେ ତାଲିବାନକୁ ସମର୍ଥନ କରୁଛନ୍ତି, ସେହି ଗୋଷ୍ଠୀ ଓ ସରକାରଗୁଡିକ ଉପରେ ମଧ୍ୟ କଟକଣା ଜାରି କରିବାକୁ ସେମାନେ ଦାବି କରିଛନ୍ତି ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories