www.samajalive.in
Tuesday, December 9, 2025
15.1 C
Bhubaneswar

ଜାଣନ୍ତୁ କିଛି ଜଣା ଅଜଣା କଥା

କୌଣସି ବ୍ୟକ୍ତିର କଥା କହିବା ଶୈଳୀରୁ ମଧ୍ୟ ତା’ର ସ୍ୱଭାବ ବିଷୟରେ ଜାଣି ହୋଇଥାଏ। ପ୍ରତ୍ୟେକ ମନୁଷ୍ୟର କହିବା ଶୈଳୀ ପରସ୍ପର ଠାରୁ ଭିନ୍ନ ଅଟେ। ଜାଣନ୍ତୁ କଥା କହିବା ଶୈଳୀରୁ ମନୁଷ୍ୟର ସ୍ୱଭାବ କିଭଳି
ଧୀର ସ୍ୱରରେ କଥା କହୁଥିବା ବ୍ୟକ୍ତି –
ଧୀର ସ୍ୱରରେ କଥା କହୁଥିବା ବ୍ୟକ୍ତିମାନେ ଖୁବ ଚାଲାକ ବୃଦ୍ଧିମାନ ଅଟନ୍ତି। ନିଜ ଇଚ୍ଛାନୁଯାୟୀ, ସେମାନେ ତାଙ୍କର କାର୍ୟ୍ୟ ହାସଲ କରିଥାଆନ୍ତି।
ଗମ୍ଭୀର ଓ ସନ୍ତୁଳିତ ସ୍ୱର –
ଗମ୍ଭୀର ଓ ସନ୍ତୁଳିତ ସ୍ୱରରେ କଥା କହୁଥିବା ବ୍ୟକ୍ତିମାନେ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇଥାଆନ୍ତି। ନିଜ ପରିବାର ପ୍ରତି ମଧ୍ୟ ଖୁବ ଦାୟିତ୍ୱବାନ ଅଟନ୍ତି। ଧୀରସ୍ଥିର ଭାବେ ନିଜ କାର୍ୟ୍ୟ କରିଥାଆନ୍ତି।
ଉଚ୍ଚ ସ୍ୱରରେ କହୁଥିବା ବ୍ୟକ୍ତି –
ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁ ଲୋକମାନେ ଉଚ୍ଚ ସ୍ୱରରେ କଥା ହୁଅନ୍ତି, ସେହି ବ୍ୟକ୍ତିମାନେ ଅନ୍ୟମାନଙ୍କର ଧ୍ୟାନ ନିଜ ପ୍ରତି ଆକର୍ଷଣ କରିବାକୁ ସର୍ବଦା ଚେଷ୍ଟା କରିଥାଆନ୍ତି। ନିଜର ଜ୍ଞାନ ଦ୍ୱାରା ଅନ୍ୟ ଉପରେ ପ୍ରଭାବ ଜାହିର କରିଥାଆନ୍ତି। ଏହି ପ୍ରକାରର ଲୋକେ ଅନ୍ୟର କଥା ଶୁଣିବାକୁ ପସନ୍ଦ କରିନଥାଆନ୍ତି।
ଶୀଘ୍ର କଥା କହୁଥିବା ବ୍ୟକ୍ତି –
କିଛି ଲୋକେ ଖୁବ ଜଲଦି ଜଲଦି କଥା କହିଥାଆନ୍ତି। ଏପରି ଲୋକଙ୍କ କଥା ବୁଝିବା ଅସମ୍ଭବ ହୋଇଥାଏ। ଏହି ପ୍ରକାରର ବ୍ୟକ୍ତି ଯେକୌଣସି କଥାକୁ ନିଜ ଭିତରେ ଲୁଚାଇ ରଖିପାରନ୍ତି ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories