www.samajalive.in
Sunday, December 14, 2025
23.1 C
Bhubaneswar

ବ୍ୟାସନଗର ତହସିଲଦାରଙ୍କୁ ଆକ୍ରମଣ : ୬ ଗିରଫ

ବ୍ୟାସନଗର: ମୋରମ ଚୋରା ବେପାରୀଙ୍କ ଦାଦାଗିରି ଚରମ ସୀମାରେ ପହଞ୍ଚିଛି। ସହର ଉପକଣ୍ଠରେ ଥିବା ଏକ ସରକାରୀ ସଇରାତ୍‌ ଖାଦାନ୍‌ରେ ଚଢ଼ଉବେଳେ ବୁଧବାର ସକାଳେ ବ୍ୟାସନଗର ତହସିଲଦାରଙ୍କୁ ଆକ୍ରମଣ ହୋଇଛି। ତେବେ ଏହି ଘଟଣାରେ ସମୁଦାୟ ୬ଜଣଙ୍କୁ ଗିରଫ କରାଯାଇଛି।
କେତେକ ବେପାରୀ, ଗ୍ରାମବାସୀ, ମହିଳା ମିଳିମିଶି ସଂପୃକ୍ତ ତହସିଲଦାରଙ୍କ ଗାଡିକୁ ଅଟକାଇ ବିଚ୍‌ ରାସ୍ତାରେ ମାରଧର କରିଛନ୍ତି। ଫଳରେ ତାଙ୍କ ସାଙ୍ଗରେ ଯାଇଥିବା ଅଧସ୍ତନ କର୍ମଚାରୀମାନେ ଗଣ୍ଡଗୋଳ ଦେଖି ଛତ୍ରଭଙ୍ଗ ଦେଇଥିବାବେଳେ ଖବରପାଇ ଯାଜପୁରରୋଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ତହସିଲଦାରଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଛି। ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ ୬ ଜଣଙ୍କୁ ଥାନାରେ ଅଟକ ରଖିଥିବାବେଳେ ଅପରାହ୍ନରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାଇ, ଯାଜପୁର ଜିଲାରେ ଚୋରା ଲଘୁ ଖଣିଜ ଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏଥିରେ ରୋକ୍‌ ଲଗାଇବାକୁ ଜିଲା ପ୍ରଶାସନ ତରଫରୁ ବିଭିନ୍ନ ତହସିଲକୁ ଚଢ଼ଉ କରାଯିବାକୁ ନିର୍ଦେଶ ଦିଆଯାଇଛି। ଏହି କ୍ରମରେ ସକାଳେ ବ୍ୟାସନଗର ତହସିଲଦାର ସପନ କୁମାର ନନ୍ଦ ଚୋରାରେ ମୋରମ ଚାଲାଣ ହେଉଥିବା ଖବର ପାଇ ବ୍ୟାସ ସରୋବର ସନ୍ନିକଟ ପଡିଆରେ ନିଜ ସରକାରୀ ଗାଡିରେ ଆରଆଇ, ସହକାରୀ ଆରଆଇ ଓ ଅମିନଙ୍କ ସହ ସେଠାରେ ପହଞ୍ଚିଥିଲେ। ସେଠାରେ ଏକ ଭ୍ୟାନରେ ମୋରମ ବୋଝେଇ ହେଉଥିବା ଦେଖି ସଂପୃକ୍ତ ଡା୍ରଇଭର ପାଖକୁ ଯିବାବେଳେ ଡା୍ରଇଭର ଗାଡିକୁ ଦ୍ରୁତଗତିରେ ନେଇ ପଳାଇ ଯାଉଥିଲା। ତହସିଲଦାର ଗାଡିକୁ ପିଛା କରୁଥିବାବେଳେ ମୁଣ୍ଡମାଳ ବିଦ୍ୟାଳୟ ନିକଟରେ ଅଣଓସାରିଆ ରାସ୍ତାରେ ଗାଡିଟି ଫସିଯିବାରୁ ତହସିଲଦାର ଗାଡି ଆଗକୁ ଯାଇଥିଲେ। ଏହି ସମୟରେ ସେହି ଗ୍ରାମର କିଛି ମହିଳା, ଗ୍ରାମବାସୀ ଓ ଗାଡି ମାଲିକ ଏକାଠି ହୋଇ ତହସିଲଦାରଙ୍କୁ ଘୋଷାରି ନେଇ ଗାଁ ମଝିରେ ମିଳିତ ଆକ୍ରମଣ କରିଥିଲେ। ପୁଲିସ ସହଯୋଗରେ ଉଦ୍ଧାରେ ହେବାପରେ ଏଥିନେଇ ତହସିଲଦରାର ଯାଜପୁରରୋଡ ଥାନାରେ ଏତାଲା ରୁଜୁ କରିଛନ୍ତି। ଥାନା ଅଧିକାରୀ ଅମିତାଭ ମହାପାତ୍ର ଏଥିନେଇ ମାମଲା ରୁଜୁ କରିବାସହ ଗ୍ରାମର ବାବୁଲି ମଲ୍ଲିକ(୪୨), ରାଜା ଦାସ (୩୦), ପ୍ରସନ୍ନ ମଲ୍ଲିକ(୧୮), ମଞ୍ଜୁଲତା ଜେନା (୪୫), ଦେବକୀ ମଲ୍ଲିକ (୬୫), କବିତା ମଲ୍ଲିକ (୩୦) ପ୍ରମୁଖଙ୍କୁ କୋର୍ଟ ଚାଲାଣ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories