www.samajalive.in
Sunday, December 14, 2025
26.1 C
Bhubaneswar

ଇଣ୍ଡିଆନ୍‌ ଗ୍ରାଁ ପ୍ରି-୧ ଦୌଡ଼କୁଦ: ଦୁତିଙ୍କୁ ସ୍ୱର୍ଣ୍ଣ ଓ ପୂର୍ଣ୍ଣିମାଙ୍କୁ ବ୍ରୋଞ୍ଜ୍‌

ଭୁବନେଶ୍ୱର: ପଞ୍ଜାବର ପାଟିିଆଲାରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୧ ରେ ଓଡ଼ିଶା ପ୍ରତିଯୋଗୀ ପ୍ରଥମ ଦିନରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା ୧୦୦ ମିଟର ଦୌଡ଼ରେ ଦୁତି ଚାନ୍ଦ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଦୁତି ୧୦୦ମିଟର ଦୌଡ଼କୁ ୧୧.୫୭ ସେକେଣ୍ଡରେ ଅତିକ୍ରମ କରିଥିଲେ। ତେବେ ସ୍ୱର୍ଣ୍ଣପଦକ ଜିତିବା ସତ୍ତ୍ୱେ ଦୁତି ଚାନ୍ଦ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରି ପାରିନାହାନ୍ତି। ମହିଳା ୧୦୦ ମିଟର ଦୌଡ଼ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଯୋଗ୍ୟତା ଟାଇମିଂ ୧୧.୧୬ ସେକେଣ୍ଡ ଥିବା ବେଳେ ଦୁତି ମାତ୍ର ୧୧.୫୭ ସେକେଣ୍ଡରେ ଫିନିସ୍‌ ଲାଇନ୍‌ ପାର କରିଥିଲେ।
ସେହିପରି ମହିଳା ଲଙ୍ଗଜମ୍ପରେ ପୂର୍ଣ୍ଣିମା ହେମ୍ବ୍ରମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୂର୍ଣ୍ଣିମା ୫.୯୯ ମିଟର ଦୂରତା ଡେଇଁ ତୃତୀୟ ସ୍ଥାନ ହାସଲ କରିଥିଲେ। ଅନ୍ୟପକ୍ଷରେ ଓଡ଼ିଆ ଧାବକ ଅମୀୟ ମଲ୍ଲିକ ୧୦୦ମିଟର ଦୌଡ଼ରେ ବିଫଳ ହୋଇଥିଲେ। ଅମୀୟ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ମଧ୍ୟ ୧୦.୯୬ ସେକେଣ୍ଡରେ ଦୂରତା ଅତିକ୍ରମ କରି ଷଷ୍ଠ ସ୍ଥାନରେ ରହିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ନିମନ୍ତେ ଯୋଗ୍ୟତା ହାସରେ ମଧ୍ୟ ଅମିୟ ବିଫଳ ହୋଇଛନ୍ତି। ଆମେରିକୀୟ ପ୍ରଶିକ୍ଷକ ତାଇୱା ଆରିଓଙ୍କ ନିକଟରୁ ୩ ସପ୍ତାହ ଧରି ପ୍ରଶିକ୍ଷଣ ହାସଲ କରିଥିବା ଅମିୟ ୧୦୦ମିଟର ଦୌଡ଼ରେ ବିଫଳ ହୋଇଥିବା ବେଳେ ୨୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ପ୍ରଥମଦିନରେ ଜାଭେଲିନ୍‌ ଥ୍ରୋଅର ନୀରଜ ଚୋପ୍ରା, ଲଙ୍ଗ୍‌ଜମ୍ପର ନୟନା ଜେମ୍‌ସ ଓ ମହିଳା ଡିସ୍‌କସ ଥ୍ରୋଅର ନବନୀତ କୌର ଧିଲୋଁ ସେମାନଙ୍କ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିବା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରି ପାରିଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories