ଭୁବନେଶ୍ୱର ହକି ବିଶ୍ୱକପ୍‌ର ଖେଳସୂଚୀ ଘୋଷିତ

0

କଟକ: ଚଳିତବର୍ଷ ଓଡ଼ିଶାମାଟିରେ ଆୟୋଜନ ହେବ ଅଦ୍ୟାବଧି ରାଜ୍ୟର ସବୁଠାରୁ ବଡ଼ କ୍ରୀଡ଼ା ମହୋତ୍ସବ ପୁରୁଷ ହକି ବିଶ୍ୱକପ୍‌। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଏହି ବିଶ୍ୱକପ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ର ହକି ଗ୍ରାଉଣ୍ଡରେ ଖେଳାଯିବ। ୧୯ ଦିନି ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ବିଶ୍ୱର ଶ୍ରେଷ୍ଠ ୧୬ଟି ଦେଶ ଭାଗନେବେ। ଏହି ବିଶ୍ୱକପ୍‌ର ଖେଳସୂଚୀ ବୁଧବାର ଆନ୍ତର୍ଜାତିକ ହକି ମହାସଂଘ (ଏଫ୍‌ଆଇଏଚ୍‌) ଘୋଷଣା କରିଛି। ନିକଟରେ ୫ ବର୍ଷ ଲାଗି ‘ଓଡ଼ିଶା’ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହୋଇଥିଲା। ଫଳରେ ଓଡ଼ିଶା ଏହି ବିଶ୍ୱକପ୍‌ର ଉଭୟ ଆୟୋଜକ ଓ ପ୍ରାୟୋଜକ ହୋଇଛି।
ଘୋଷିତ ଖେଳସୂଚୀ ଅନୁସାରେ, ୧୬ଟି ପ୍ରତିଯୋଗୀ ଦଳଙ୍କୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପୁଲ୍‌ ‘ଏ’ରେ ରିଓ ଅଲିମ୍ପିକ୍‌ସ ଚମ୍ପିଆନ୍‌ ତଥା ବିଶ୍ୱର ୨ନଂ ଦଳ ଆର୍ଜେଣ୍ଟିନା, ବର୍ତ୍ତମାନର ବିଶ୍ୱ ଚମ୍ପିଆନ୍‌ ତଥା ବିଶ୍ୱର ୧ନଂ ଦଳ ଅଷ୍ଟ୍ରେଲିଆ ପୁଲ୍‌ ‘ବି’ରେ; ଅଲିମ୍ପିକ୍‌ସ ରୌପ୍ୟପଦକ ବିଜେତା ତଥା ବିଶ୍ୱର ୩ନଂ ଦଳ ବେଲ୍‌ଜିୟମ୍‌ ପୁଲ୍‌ ‘ସି’ରେ ଏବଂ ୩ ଥର ବିଶ୍ୱ ଚମ୍ପିଆନ୍‌ ତଥା ବିଶ୍ୱର ୪ନଂ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ୍‌ସ ପୁଲ୍‌ ‘ଡି’ର ନେତୃତ୍ୱ ନେଇଛନ୍ତି। ଆୟୋଜକ ଭାରତ ପୁଲ୍‌ ‘ସି’ରେ ରହିଛି। ଅନ୍ୟ ପୁଲ୍‌ ଅପେକ୍ଷା ଏହି ପୁଲ୍‌ ଭାରତ ପାଇଁ ଅପେକ୍ଷାକୃତ ସହଜ। ବେଲ୍‌ଜିୟମ୍‌ ସହ ପୁଲ୍‌ ‘ସି’ରେ ଭାରତ, ଦକ୍ଷିଣ ଆଫ୍ରିକା ଓ କାନାଡ଼ା ରହିଛନ୍ତି। ସର୍ବାଧିକ ୪ ଥର ବିଶ୍ୱ ଚମ୍ପିଆନ୍‌ ହୋଇଥିବା ପାକିସ୍ତାନ କଷ୍ଟସାଧ୍ୟ ପୁଲ୍‌ ‘ଡି’ରେ ରହିଛି। ଏହି ପୁଲ୍‌ରେ ଥିବା ଅନ୍ୟ ୩ଟି ଦଳ ହେଲେ ନେଦରଲାଣ୍ଡ୍‌ସ, ଜର୍ମାନୀ ଓ ମାଲେସିଆ। ନଭେମ୍ବର ୨୮ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ପୁଲ୍‌ ପର୍ଯ୍ୟାୟ ଖେଳାଯିବ। ପ୍ରତ୍ୟହ ସନ୍ଧ୍ୟା ୫ ଓ ସନ୍ଧ୍ୟା ୭ଟାରେ ୨ଟି ମ୍ୟାଚ୍‌ ଖେଳାଯିବ। ଭାରତ ନଭେମ୍ବର ୨୮ରେ ଦକ୍ଷିଣ ଆଫ୍ରିକା, ଡିସେମ୍ବର ୨ରେ ବେଲ୍‌ଜିୟମ୍‌ ଓ ୮ରେ କାନାଡ଼ା ବିରୋଧରେ ତା’ର ୩ଟି ଲିଗ୍‌ ମ୍ୟାଚ୍‌ ଖେଳିବ। ପ୍ରତି ଗ୍ରୁପ୍‌ର ଶୀର୍ଷରେ ଥିବା ୪ଟି ଦଳ ସିଧାସଳଖ କ୍ୱାର୍ଟରଫାଇନାଲରେ ସ୍ଥାନପାଇବେ। ତେବେ ପ୍ରତି ଗ୍ରୁପ୍‌ରେ ୨ୟ ଓ ୩ୟ ସ୍ଥାନରେ ଥିବା ଦଳ କ୍ରସ୍‌ ଓଭର୍‌ ମ୍ୟାଚ୍‌ ଖେଳିବେ। ଡିସେମ୍ବର ୧୦ ଓ ୧୧ରେ ହେବାକୁ ଥିବା ଏହି ୪ଟି କ୍ରସ୍‌ଓଭର ମ୍ୟାଚ୍‌ର ବିଜେତା କ୍ୱାର୍ଟରଫାଇନାଲରେ ସ୍ଥାନପାଇବେ। ଡିସେମ୍ବର ୧୨ ଓ ୧୩ରେ କ୍ୱାର୍ଟରଫାଇନାଲ, ୧୫ରେ ସେମିଫାଇନାଲ ଏବଂ ୧୬ରେ ୩ୟ ସ୍ଥାନ ପାଇଁ ମ୍ୟାଚ୍‌ ଏବଂ ଫାଇନାଲ ମ୍ୟାଚ୍‌ ଖେଳାଯିବ। କଳିଙ୍ଗ ଷ୍ଟାଡିୟମ୍‌ରେ ଏହା ୩ ବିଶ୍ୱସ୍ତରୀୟ ପୁରଷ ହକି ଟୁର୍ଣ୍ଣାମେଣ୍ଟ ହେବ। ୨୦୧୪ରେ ଏଠାରେ ଚମ୍ପିଆନ୍‌ସ ଟ୍ରଫି ଖେଳା ଯାଇଥିବା ବେଳେ ୨୦୧୭ରେ ଏହି ଗ୍ରାଉଣ୍ଡରେ ବିଶ୍ୱ ହକି ଲିଗ୍‌ ଫାଇନାଲ ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିଲା।

prayash

ଖେଳସୂଚୀ
ପୁଲ୍‌ ‘ଏ’: ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ସ୍ପେନ୍‌ ଓ ଫ୍ରାନ୍‌ସ
ପୁଲ୍‌ ‘ବି’: ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟରଲାଣ୍ଡ ଓ ଚୀନ
ପୁଲ୍‌ ‘ସି’: ବେଲ୍‌ଜିୟମ୍‌, ଭାରତ, କାନାଡ଼ା ଓ ଦକ୍ଷିଣ ଆଫ୍ରିକା
ପୁଲ୍‌ ‘ଡି’: ନେଦରଲାଣ୍ଡ୍‌ସ, ଜର୍ମାନୀ, ମାଲେସିଆ ଓ ପାକିସ୍ତାନ
ତାରିଖ  ପୁଲ୍‌ ସମୟ ମ୍ୟାଚ୍‌
୨୮।୧୧ ସି ସନ୍ଧ୍ୟା ୫ଟା ବେଲ୍‌ଜିୟମ୍‌-କାନାଡ଼ା
୨୮।୧୧ ସି ସନ୍ଧ୍ୟା ୭ଟା ଭାରତ-ଦକ୍ଷିଣ ଆଫ୍ରିକା
୨୯।୧୧ ଏ ସନ୍ଧ୍ୟା ୫ଟା ଆର୍ଜେଣ୍ଟିନା-ସ୍ପେନ୍‌
୨୯।୧୧ ଏ ସନ୍ଧ୍ୟା ୭ଟା ନ୍ୟୁଜିଲାଣ୍ଡ-ଫ୍ରାନ୍‌ସ
୩୦।୧୧ ବି ସନ୍ଧ୍ୟା ୫ଟା ଅଷ୍ଟ୍ରେଲିଆ-ଆୟରଲାଣ୍ଡ
୩୦।୧୧ ବି ସନ୍ଧ୍ୟା ୭ଟା ଇଂଲଣ୍ଡ-ଚୀନ୍‌
୦୧।୧୨ ଡି ସନ୍ଧ୍ୟା ୫ଟା ନେଦରଲାଣ୍ଡ୍‌ସ-ମାଲେସିଆ
୦୧।୧୨ ଡି ସନ୍ଧ୍ୟା ୭ଟା ଜର୍ମାନୀ-ପାକିସ୍ତାନ
୦୨।୧୨ ସି ସନ୍ଧ୍ୟା ୫ଟା କାନାଡ଼ା-ଦକ୍ଷିଣ ଆଫ୍ରିକା
୦୨।୧୨ ସି ସନ୍ଧ୍ୟା ୭ଟା ଭାରତ-ବେଲ୍‌ଜିୟମ୍‌
୦୩।୧୨ ଏ ସନ୍ଧ୍ୟା ୫ଟା ସ୍ପେନ୍‌-ଫ୍ରାନ୍‌ସ
୦୩।୧୨ ଏ ସନ୍ଧ୍ୟା ୭ଟା ନ୍ୟୁଜିଲାଣ୍ଡ-ଆର୍ଜେଣ୍ଟିନା
୦୪।୧୨ ବି ସନ୍ଧ୍ୟା ୫ଟା ଇଂଲଣ୍ଡ-ଅଷ୍ଟ୍ରେଲିଆ
୦୪।୧୨ ବି ସନ୍ଧ୍ୟା ୭ଟା ଆୟରଲାଣ୍ଡ-ଚୀନ୍‌
୦୫।୧୨ ଡି ସନ୍ଧ୍ୟା ୫ଟା ଜର୍ମାନୀ-ନେଦରଲାଣ୍ଡ୍‌ସ
୦୫।୧୨ ଡି ସନ୍ଧ୍ୟା ୭ଟା ମାଲେସିଆ-ପାକିସ୍ତାନ
୦୬।୧୨ ଏ ସନ୍ଧ୍ୟା ୫ଟା ସ୍ପେନ୍‌ ନ୍ୟୁଜିଲାଣ୍ଡ
୦୬।୧୨ ଏ ସନ୍ଧ୍ୟା ୭ଟା ଆର୍ଜେଣ୍ଟିନା-ଫ୍ରାନ୍‌ସ
୦୭।୧୨ ବି ସନ୍ଧ୍ୟା ୫ଟା ଅଷ୍ଟ୍ରେଲିଆ-ଚୀନ୍‌
୦୭।୧୨ ବି ସନ୍ଧ୍ୟା ୭ଟା ଆୟରଲାଣ୍ଡ-ଇଂଲଣ୍ଡ
୦୮।୧୨ ସି ସନ୍ଧ୍ୟା ୫ଟା ବେଲ୍‌ଜିୟମ୍‌-ଦ.ଆଫ୍ରିକା
୦୮।୧୨ ସି ସନ୍ଧ୍ୟା ୭ଟା କାନାଡ଼ା-ଭାରତ
୦୯।୧୨ ଡି ସନ୍ଧ୍ୟା ୫ଟା ମାଲେସିଆ-ଜର୍ମାନୀ
୦୯।୧୨ ଡି ସନ୍ଧ୍ୟା ୭ଟା ନେଦରଲାଣ୍ଡ୍‌ସ-ପାକିସ୍ତାନ
୧୦।୧୨ ଅପରାହ୍‌ଣ ୪.୪୫ କ୍ରସ୍‌-ଓଭର
୧୦।୧୨ ସନ୍ଧ୍ୟା ୭ଟା କ୍ରସ୍‌-ଓଭର
୧୧।୧୨ ଅପରାହ୍‌ଣ ୪.୪୫ କ୍ରସ୍‌-ଓଭର
୧୧।୧୨ ସନ୍ଧ୍ୟା ୭ଟା କ୍ରସ୍‌-ଓଭର
୧୨।୧୨ ଅପରାହ୍‌ଣ ୪.୪୫ କ୍ୱାର୍ଟରଫାଇନାଲ-୧
୧୨।୧୨ ସନ୍ଧ୍ୟା ୭ଟା କ୍ୱାର୍ଟରଫାଇନାଲ-୨
୧୩।୧୨ ଅପରାହ୍‌ଣ ୪.୪୫ କ୍ୱାର୍ଟରଫାଇନାଲ-୩
୧୩।୧୨ ସନ୍ଧ୍ୟା ୭.୪୫ କ୍ୱାର୍ଟରଫାଇନାଲ-୪
୧୫।୧୨ ଅପରାହ୍‌ଣ ୪ଟା ସେମିଫାଇନାଲ-୧
୧୫।୧୨ ସନ୍ଧ୍ୟା ୬.୩୦ ସେମିଫାଇନାଲ-୨
୧୬।୧୨ ସନ୍ଧ୍ୟା ୪.୩୦ ୩ୟ ସ୍ଥାନ ପାଇଁ ମ୍ୟାଚ୍‌
୧୬।୧୨ ସନ୍ଧ୍ୟା ୭ଟା ଫାଇନାଲ ମ୍ୟାଚ୍‌

Leave A Reply