ଜାତୀୟ ଉପକନିଷ୍ଠ ଅସିଚାଳନା ପ୍ରତିଯୋଗିତା ଉଦଘାଟିତ

କଟକ : ଜାତୀୟ ଉପକନିଷ୍ଠ ଅସିଚାଳନା ପ୍ରତିଯୋଗିତା କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତା ୪ ଦିନ ଧରି ଚାଲିବ । ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ବିଭାଗ ଓଡିଶାର ନିର୍ଦେଶକ ଦୀପଙ୍କର ମହାପାତ୍ର ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସେହିପରି କ୍ରୀଡା ବିଭାଗର ଓଏସଡି ଧୀରଜ କୁମାର ପଟ୍ଟନାୟକ, କଟକ ଜ଼ିଲ୍ଲା କ୍ରୀଡା ଅଧିକାରୀ ରଶ୍ମି ରଞ୍ଜନ ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶା ରାଜ୍ୟ ଅସିଚାଳନା ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଉପ ସଭାପତି ରମେଶ ଚନ୍ଦ୍ର ମଲ୍ଲିକ, ସାଙ୍ଗଠନିକ ସମ୍ପାଦକ ସୁମିତ ରଞ୍ଜନ ପୁରୋହିର, କୋଷାଧକ୍ଷ ନିର୍ମଳ ବିକାଶ ମହାପାତ୍ର, ସହଦେଵ ରାଉତ, ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ସୁକାନ୍ତ ସେଠୀ, କରିଶ୍ମା ରାଉତ, ଅନ୍ୱେସା ରାଉତ, ନିତିନ ସ୍ୱାଇଁ, ରୋଶନ ସାହୁ, ଜ୍ୟୋତି ଠାକୁର, ବୁଦ୍ଧିରାଜ ବିଶ୍ୱାଳ, ପୁରେନ୍ଦ୍ରର ସେଠି, ଅମ୍ରିତ ସାହୁ, ଅନୁସୂୟା ପରିଡା ଉପସ୍ଥିତ ଥିଲେ । ଏଥିରେ ୧୪ ବର୍ଷରୁ କମ ବାଳକ ଏବଂ ବାଳିକା ବର୍ଗରେ ମୁକାବିଲା ହେବ । ପ୍ରତିଯୋଗିତାରେ ୨୮ ଟି ରାଜ୍ୟରୁ ୭୦୦ ପ୍ରତିଯୋଗୀ ଭାଗ ନେଇଛନ୍ତି ।

Comments are closed.