BSKY banner  750×100

ଭାରତୀୟ ଜମାକାରୀଙ୍କ ତଥ୍ୟ ଦେବାକୁ ସୁଇସ୍‍ ବ୍ୟାଙ୍କକୁ ଅଦାଲତ ଅନୁମତି

nua o banner
0

ଜୁରିଚ୍‍ : ଦୁଇଜଣ ଭାରତୀୟ ଜମାକାରୀଙ୍କ ସମ୍ପର୍କରେ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ଲାଗି ସୁଇଜରଲାଣ୍ଡର ସର୍ବୋଚ୍ଚ ଅଦାଲତ ସୁଇସ୍‍ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ଜମାକାରୀ ଦୁଇଜଣ ଭାରତ ସରକାରଙ୍କ ଟିକସ ଠକେଇ ସମ୍ପର୍କିତ ତଦନ୍ତରେ ସୁଇସ ବ୍ୟାଙ୍କର ସହଯୋଗକୁ ବିରୋଧ କରିଥିଲେ। ଏଥିପାଇଁ ସେମାନେ ଅଦାଲତରେ ମାମଲା ରୁଜୁ କରିଥିଲେ। ୨୦୦୮ରେ ସୁଇସ ବ୍ୟାଙ୍କ ଏହାର ହଜାର ହଜାର ଜମାକାରୀଙ୍କ ନାମ ପ୍ରଘଟ କରିଥିଲା ଯେଉଁମାନେ କି ନିଜ ଦେଶରେ ଠିକସ ଠକି ଅର୍ଥ ଜମା କରିଥିଲେ। ଏହି ଘଟଣା ବିଭିନ୍ନ ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ସୁଇସ୍‍ ବ୍ୟାଙ୍କ ଜମାକାରୀଙ୍କ କାରବାର ସମ୍ପର୍କିତ ତଥ୍ୟ ଗୋପନ ରଖୁଥିବାବେଳେ ଏପରି ପ୍ରଘଟକୁ ଗ୍ରାହକମାନେ ବିରୋଧ କରିଥିଲେ। ଏହି ପ୍ରଘଟ ପରେ ବିଭିନ୍ନ ଦେଶ ସୁଇସ୍‍ ବ୍ୟାଙ୍କର ନିଜ ଦେଶର ଜମାକାରୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଅନୁରୋଧ କରିଥିଲେ।

Leave A Reply