www.samajalive.in
Saturday, December 6, 2025
15.1 C
Bhubaneswar

ମହାରାଷ୍ଟ୍ରରେ ସ୍ୱାଇନ ଫ୍ଲୁ ବିଭୀଷିକା:୧୦ମାସରେ ୨୬୮ମୃତ

ମୁମ୍ବଇ: ସ୍ୱାଇନ ଫ୍ଲୁ ବିଭୀଷିକାରେ ମୋଟ୍‍ ୨୬୮ଜଣଙ୍କ ମୃତ୍ୟୁ ହୋଇଯାଇଛି ବୋଲି ମହାରାଷ୍ଟ୍ର ସରକାର ଗୁରୁବାର ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ଏହି ପରିମାଣର ବ୍ୟକ୍ତି ସ୍ୱାଇନ ଫ୍ଲୁରେ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ ୩୨ଜଣ ସ୍ୱାଇନ-ଫ୍ଲୁ ରୋଗୀ ଭେଣ୍ଟିଲେଟର ସହାୟତାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ୱାଇନ ଫ୍ଲୁ ମୃତ୍ୟୁର ଆତଙ୍କକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କରିଛନ୍ତି। ସ୍ୱାଇନ ଫ୍ଲୁ ରୋଗ ଚିହ୍ନଟ ଓ ଏହାର ଚିକିତ୍ସା ସମ୍ବନ୍ଧିୟ ସମସ୍ତ ତଥ୍ୟ ଏହି ଗାଇଡ ଲାଇନରେ ଉଲ୍ଲେଖ କରାଯାଇଛି। ସ୍ୱାଇନ ଫ୍ଲୁକୁ ନେଇ ଗାଇଡ଼ ଲାଇନ ପ୍ରସ୍ତୁତ କରିବା କ୍ଷେତ୍ରରେ ମହାରାଷ୍ଟ୍ର ପ୍ରଥମ ରାଜ୍ୟ। ଏହି ଗାଇଡ ଲାଇନ ଦ୍ୱାରା ରୋଗୀଙ୍କୁ ପ୍ରାରମ୍ଭିକସ୍ତରରେ ଚିକିତ୍ସା କରାଯାଇ ପାରିବା ସହ ମୃତ୍ୟୁ ପ୍ରକ୍ରିୟାକୁ କମ୍‍ କରାଯାଇ ପାରିବ। ନାସିକ, ପୁନା ଓ ସାତାରାରେ ସର୍ବାଧିକ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ କରାଯାଇ ଥିବାବେଳେ ରାଜ୍ୟରେ ମୋଟ୍‍ ୨୩୦୦ବ୍ୟକ୍ତି ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ଥିବା ରାଜ୍ୟ ସରକାର ସୂଚନା ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories