www.samajalive.in
Saturday, December 6, 2025
19.1 C
Bhubaneswar

ଶ୍ରୀମନ୍ଦିର ଗର୍ଭଗୃହରେ ମୂଷାଙ୍କ ଉତ୍ପାତ

ପୁରୀ: ଶ୍ରୀମନ୍ଦିରର ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ମୂଷାମାନେ ମହାପ୍ରଭୁଙ୍କ ଵସ୍ତ୍ର ଓ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷକୁ କାଟି ପକାଉଛନ୍ତି। ମୂଷା ଦମନ ହୋଇ ପାରୁ ନଥିବାରୁ ଏହି ସମସ୍ୟା ବଢ଼ିବାରେ ଲାଗିଛି। ରେକର୍ଡ ଅଫ୍ ରାଇଟସ୍ ଅନୁସାରେ ମୂଷା ଧରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଗର୍ଭଗୃହରେ ଯନ୍ତା ବସା ଯାଇଛି। ମୂଷାଙ୍କୁ ଆକର୍ଷିତ କରିବା ଲାଗି ଯନ୍ତାରେ କଖାରୁ ଲାଗିଛି। ହେଲେ ମୂଷା ଖାଇବାକୁ ଆସୁନାହାନ୍ତି । ଫଳରେ ରାତିରେ ଯେମିତି ରଖା ଯାଇଥିଲା ଯନ୍ତାକୁ ସକାଳେ ସେମିତି ବାହାର କରାଯାଉଛି। ମୂଷାକୁ ଯନ୍ତା ଆଡକୁ ଆକର୍ଷିତ କରିବା ପାଇଁ ଗୁଆଘିଅ ମଧ୍ୟ ଲଗାଯାଉଛି। ହେଲେ ମୂଷାମାନେ ଯନ୍ତାରେ ପଡୁ ନଥିବା ଜଣାପଡିଛି। ଦୀର୍ଘ ଦୁଇମାସ ଧରି ମୂଷାକୁ ଧରିବା ପାଇଁ ଚେଷ୍ଟା କରାଯାଉଥିବା ବେଳେ ମୂଷା ଯନ୍ତାରେ ଧରାଦେଉନାହିଁ।

ମୂଷା ଉପଦ୍ରବକୁ ନେଇ ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି। ଅନ୍ୟପଟେ ଏହି ମୂଷାମାନଙ୍କ ଗତିବିଧିକୁ ଲକ୍ଷ୍ୟ କରାଯାଉଥିବା ପ୍ରଶାସନ କହିଛି। ଏଣେ ମହାପ୍ରଭୁଙ୍କ ପିନ୍ଧିଥିବା ଵସ୍ତ୍ର ଓ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷକୁ ନଷ୍ଟ କରିଦେଉଥିବା ପ୍ରଶାସନ କହିଛି। ମୂଷା ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ମୁଣ୍ଡବ୍ୟଥା କାରଣ ହୋଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories