www.samajalive.in
Friday, December 5, 2025
26.1 C
Bhubaneswar

ଓଡିଆ ଭର୍ଚ୍ୟୁଆଲ ଏକାଡେମୀର ନୂତନ ୱେବ ପୋର୍ଟାଲ ଉଦଘାଟିତ

ଭୁବ​‌ନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ସଚିବାଳୟରେ ଓଡିଆ ଭର୍ଚ୍ୟୁଆଲ ଏକାଡେମୀର ନୂଆ ୱେବ ପୋର୍ଟାଲ ଉଦଘାଟନ କରିଛନ୍ତି। ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଆ ଭାଷା ଏକ ଶାସ୍ତ୍ରୀୟ ଭାଷା ମର୍ଯ୍ୟାଦା ପାଇଛି। ମଧ୍ୟ ଯୁଗ ଠାରୁ ଆରମ୍ଭ କରି ଆଦୁନିକ ଯୁଗ ପର୍ଯ୍ୟନ୍ତ ଓଡିଆ ଭାଷାରେ ବହୁତ ଭଲ ଭଲ ସାହିତ୍ୟ ସୃଷ୍ଟି ହୋଇଛି। ସେଗୁଡିକ ଡିଜିଟାଇଜେସନ୍, ସଂରକ୍ଷଣ ଏବଂ ପ୍ରଚାରର ଦାୟିତ୍ବ ଓଡିଆ ଭର୍ଚ୍ୟୁଆଲ ଏକାଡେମୀ ନେଇଛି।

ବିଶ୍ବ ଦରବାରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଓ ପ୍ରଚାର ପାଇଁ ଏହା ସୁଯୋଗ ସୃଷ୍ଟି କରିବ। ଏହି ପୋର୍ଟାଲ ବିଶ୍ବର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆ ଭାଇ, ଭଉଣମାନେ ବିଶେଷ କରି ଆମର ଯୁବପୀଢୀମାନଙ୍କ ପାଇଁ ଓଡିଆ ଭର୍ଚ୍ୟୁଆଲ ଏକାଡେମୀ ବହୁତ ଉପଯୋଗୀ ହେବ।

- Advertisement -

ଏହି ଅବସରରେ ଚିକାଗୋ ୟୁନିଭରସିଠି ଲାଇବ୍ରେରୀ, ସି-ଡିଏସି ଏବଂ ସେଣ୍ଟର ଫର ଇଣ୍ଟରନେଟ ସୋସାଇଟି ସହିତ ଓଡିଆ ଭର୍ଚ୍ୟୁଆଲ ଏକାଡେମୀ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲା। ଓଡିଆ ସାହିତ୍ୟ ଡିଜିଟାଇଜେସନ ସହିତ ଓଡିଆ ସପ୍ଟୱେୟାରର ବିକାଶ ଦିଗରେ ଉପରୋକ୍ତ ସଂସ୍ଥାମାନେ ସହଯୋଗ କରିବେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଚନ୍ଦ୍ରସାରଥୀ ବେହେରା, ସାଂସଦ ଶ୍ରୀ ତଥାଗତ ଶତପଥୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ପ୍ରଫେସର ଓଁକାର ନାଥ ମହାନ୍ତି, ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଓଡିଆ ଭର୍ଚ୍ୟୁଆଲ ଏକାଡେମୀର www.ova.gov.in ରେ ଓଡିଆ ସାହିତ୍ୟର ୧୭୦ଟି ପୁସ୍ତକ ସ୍ଥାନିତ ହୋଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories