www.samajalive.in
Saturday, December 6, 2025
16.1 C
Bhubaneswar

ଖୁବଶୀଘ୍ର ଗାଈ ତାମିଲ ଓ ସଂସ୍କୃତରେ କଥା ହେବେ : ସ୍ୱାମୀ ନିତ୍ୟାନନ୍ଦ

ନୂଆଦିଲ୍ଲୀ : କିଛି ବର୍ଷ ହେବ ଯୌନ କେଳେଙ୍କାରୀ ଅଭିଯୋଗରେ ଛନ୍ଦି ହୋଇ ରହିଥିବା ଦକ୍ଷିଣ ଭାରତର ଆତ୍ମଘୋଷିତ ଧର୍ମଗୁରୁ ସ୍ୱାମୀ ନିତ୍ୟାନନ୍ଦ ପୁଣି ଏକ ଅଜବ ଦାବି କରି ଚର୍ଚ୍ଚାକୁ ଆସିଛନ୍ତି। ନିତ୍ୟାନନ୍ଦଙ୍କ ଏହି ଦାବିର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ସେ ଗାଈଙ୍କୁ ତାମିଲ ଏବଂ ସଂସ୍କୃତ କହିବା ଶିଖାଇପାରିବେ ବୋଲି ଦାବି କରୁଥିବା ଦେଖିବାକୁ ମିଳୁଛି। ସ୍ୱାମୀ ନିତ୍ୟାନନ୍ଦ କହିଛନ୍ତି ଯେ ଖୁବଶୀଘ୍ର ତାମିଲ ଏବଂ ସଂସ୍କୃତରେ କଥା ହୋଇପାରିବା ଭଳି ଗାଈ ଦେଖିବେ। ମାଙ୍କଡ଼ ଏବଂ ଗାଈ ଭଳି ଜନ୍ତୁଙ୍କ ମନୁଷ୍ୟ ଭଳି କଥା ହେବା ପାଇଁ ଅତିରିକ୍ତ ଅଙ୍ଗ ନାହିଁ। ହେଲେ ଆଧ୍ୟାତ୍ମିକ ପ୍ରକ୍ରିୟାରେ ଗାଈ ମଧ୍ୟରେ କଥା ହୋଇପାରିବାର ଶକ୍ତି ଉତ୍ପର୍ନ କରାଯାଇ ହେବ। ଏହାକୁ ସେ ବିଜ୍ଞାନରେ ପ୍ରମାଣିତ କରିପାରିବେ ବୋଲି ଦାବି କରିଛନ୍ତି। ସଫ୍ଟୱେର ଟେଷ୍ଟ ପରେ ସେ ଏହି କଥା କହୁଛନ୍ତି ବୋଲି ଯୁକ୍ତି ବାଢିଛନ୍ତି। ବର୍ଷେ ମଧ୍ୟରେ ସେ ଏହାକୁ ପ୍ରମାଣିତ କରି ଦେଖାଇବେ ଓ ଏଥିପାଇଁ ସେ ଭୋକାଲ କୋଡ ପ୍ରସ୍ତୁତ କରିବେ ବୋଲି କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories