www.samajalive.in
Monday, December 15, 2025
26.1 C
Bhubaneswar

କୁକୁଡାଙ୍ଗ ପଞ୍ଚାୟତରେ ବାଟବଣା ସ୍ୱଚ୍ଛ ଭାରତ ମିଶନ; ପାଇଖାନା ନଥାଇ ବାହ୍ୟ ମଳମୁକ୍ତ ଘୋଷଣା

ଅନୁଗୋଳ : ଅନୁଗୋଳ ଜିଲାର ଏମିତି ଏକ ପଞ୍ଚାୟତ ଅଛି ଯେଉଁଠି ସ୍ୱଚ୍ଛଭାରତ ମିଶନ ପହଞ୍ଚିପାରି ନାହିଁ। ସରକାରୀ ରେକର୍ଡ଼ରେ ସେହି ପଞ୍ଚାୟତ ବାହ୍ୟ ମଳମୁକ୍ତ ପଞ୍ଚାୟତ ତାଲିକାରେ ରହିଛି। ବଅଁରପାଳ ବ୍ଲକ କୁକୁଡାଙ୍ଗ ପଞ୍ଚାୟତ ସେଥିରୁ ଅନ୍ୟତମ। ଏହି ପଞ୍ଚାୟତ ପ୍ରତି ପ୍ରଶାସନର ନଜର ପଡ଼ି ନାହିଁ। ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେବାଦିନୁ ପଞ୍ଚାୟତବାସୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। କିନ୍ତୁ କେହି ଶୁଣୁ ନଥିବା ସେମାନଙ୍କ ଅଭିଯୋଗ। ପଞ୍ଚାୟତରେ ରାଙ୍କାସିଂହା, ରାଜନୀପାଳ, ଏକଘରିଆ, କୁକୁଡାଙ୍ଗ, ତେନ୍ତୁଇ ଓ ତେନ୍ତୁଲୋଇ ଏଭଳି ୬ଟି ଗାଁ ରହିଛି। ପଞ୍ଚାୟତର ମୋଟ ଲୋକସଂଖ୍ୟା ୫୭୦୦। ଏହି ପଞ୍ଚାୟତଟି ନାଲକୋ କାରଖାନା ନିକଟରେ ଏବଂ ଅନୁଗୋଳ ସହରଠାରୁ ମାତ୍ର ୬କିମି ଦୂରରେ ଅବସ୍ଥିତ। ଗାଁର ଅଧିକାଂଶ ଘରେ ପାଇଖାନା ନଥିବାରୁ ସକାଳ ହେଲେ ମହିଳାମାନେ ପାଣିଢାଳ ଧରି ଶୌଚ ପାଇଁ ବାହାରକୁ ଯାଉଛନ୍ତି। ଏଥିପାଇଁ ସେମାନଙ୍କୁ ପ୍ରାୟ ୨କିମି ବାଟ ଯିବାକୁ ପଡୁଛି। ସନ୍ଧ୍ୟା ସମୟରେ ମଧ୍ୟ ଠିକ ସେହି ଅବସ୍ଥା। ରାତିରେ ଶୌଚ ପାଇଁ ଯିବାକୁ ଆବଶ୍ୟକ ହେଲେ ସାଙ୍ଗରେ ଘରର ପୁରୁଷମାନେ ଠେଙ୍ଗାବାଡ଼ି ଧରି ଯିବାକୁ ପଡୁଛି। ରାସ୍ତାରେ ଟ୍ରେନ୍‌ଲାଇନ୍‌ ପାର ହୋଇଯିବାକୁ ପଡ଼ୁଥିବାରୁ ଭୟ ମଧ୍ୟ ରହିଛି। ସବୁ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ପାଇଖାନାଟିଏ କରିପାରୁ ନାହାନ୍ତି। ଯୋଜନା ଆରମ୍ଭ ହେବା ୬ବର୍ଷ ବିତିଯାଇଥିଲେ ମଧ୍ୟ କାହିଁକି ଏଠାରେ ହୋଇପାରୁ ନାହିଁ ତାହା ପଞ୍ଚାୟତ ଲୋକେ ଜାଣିପାରୁ ନାହାନ୍ତି। ପ୍ରଶାସନକୁ ଅଭିଯୋଗ ସତ୍ତ୍ବେ ସୁଫଳ ନମିଳିବାରୁ ନାଲକୋକୁ ଏଥିଲାଗି ଅନୁରୋଧ କରାଯାଇଥିଲା। ଯେହେତୁ ପଞ୍ଚାୟତଟି ନାଲକୋ କାରଖାନା ପାରିପାର୍ଶ୍ବିକ ଉନ୍ନୟନ ପରିଧି ଭିତରେ ଆସୁଛି। ସେତେବେଳେ କେବଳ ଆଦିବାସୀ ବହୁଳ ଛୋଟ ଗାଁ ତେନ୍ତୁଇ ଓ ତେନ୍ତୁଲୋଇ ଗାଁରେ ନାଲ୍‌କୋ ପକ୍ଷରୁ କିଛି ପାଇଖାନା ନିର୍ମାଣ କରାଯାଇଥିଲା। ଏ ନେଇ ଏବେ ଜିଲା ପ୍ରଶାସନ ଓ ନାଲ୍‌କୋ ପ୍ରଶାଦନ ପରସ୍ପର ଦୋଷ ଠେଲାଠେଲି ହେଉଛନ୍ତି। କୁକୁଡାଙ୍ଗ ଗାଁର ଲିପିକା ପ୍ରଧାନ, ସୁଭଦ୍ରା ନାଏକ ଓ ଯଶୋବନ୍ତି ପ୍ରଧାନଙ୍କ ସମେତ ବହୁ ମହିଳା କୁହନ୍ତି ଆମକୁ କହିବାକୁ ଲାଜ ଲାଗୁଛି। ଆମେ କିଭଳି ଗାଁଦାଣ୍ଡରେ ଢାଳ ଧରି ଶୌଚ ପାଇଁ ଯାଉଛୁ। ସରପଞ୍ଚ ପ୍ରତାପ ସେନାପତିଙ୍କ କହିବା କଥା ସେ ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି। ନାଲକୋ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏଥିପାଇଁ ବହୁବାର ବୈଠକ କରାଯାଇଛି। ଆଜି ପର୍ଯ୍ୟନ୍ତ ମୋ ପଞ୍ଚାୟତରେ ପାଇଖାନା ହୋଇପାରିଲା ନାହିଁ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ବିକାଶ ଦାସଙ୍କ କହିବା କଥା ୨୦୧୮ ପର୍ଯ୍ୟନ୍ତ ଏହା ଆମ ଅଧୀନରେ ଥିଲା। ତା’ ପରଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚାଲିଗଲା। ଆମ ବିଭାଗ ଅଧୀନରେ ଥିବା ବେଳେ କୁକୁଡ଼ଙ୍ଗ ପଞ୍ଚାୟତରେ ପାଇଖାନା ନିର୍ମାଣ ଦାୟିତ୍ୱ ନାଲକୋ ନେଇଥିଲା। ତା’ପରେ କଣ ହୋଇଛି ସେ ଜାଣନ୍ତି ନାହିଁ। ଦ୍ବିତୀୟ ପର୍ଯ୍ୟାୟରେ କୁକୁଡ଼ଙ୍ଗ ପଞ୍ଚାୟତକୁ ସାମିଲ କରାଯିବା ପାଇଁ ଯୋଜନା ଚାଲିଥିବା ସେ ପ୍ରକାଶ କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories