www.samajalive.in
Tuesday, December 9, 2025
23.1 C
Bhubaneswar

ଜାନୁଆରୀ ୩ରୁ ସମ୍ବଲପୁରରେ ଖୋଲିବ ଧାର୍ମିକ ଅନୁଷ୍ଠାନ

ସମ୍ବଲପୁର : ଆସନ୍ତା ଜାନୁଆରି ୩ ତାରିଖରୁ ମାଁ ସମଲେଶ୍ବରୀ ମନ୍ଦିର ସମେତ ସମ୍ବଲପୁରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ସମ୍ବଲପୁର ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଜିଲାପାଳଙ୍କ କାର୍ଯ୍ୟଳୟରେ ଜିଲାପାଲ ଶୁଭମ ସାକ୍ସସେନା, ମହାନଗର ନିଗମ କମିସନର ଅନିରୁଦ୍ଧ ପ୍ରଧାନ ଏବଂ ମନ୍ଦିର କମିଟିର ସଦସ୍ୟମାନେ ମା’ ସାମଲେଶ୍ୱରୀ ମନ୍ଦିର ସମେତ ଧାର୍ମିକ ଅନୁଷ୍ଠାନଗୁଡିକୁ ଖୋଲିବାକୁ ଆନୁଷ୍ଠାନିକ ଭାବେ ସହମତ ହୋଇଛନ୍ତି। କୋଭିଡ ନିୟମକୁ କଡାକଡି ଭାବରେ ପାଳନ ସହ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ କୋଭିଡ କଟକଣାର ଉଲ୍ଲଂଘନ ହେଲେ ସଂପୃକ୍ତ ଧର୍ମାନୁଷ୍ଠାନ ପରିଚାଳନା ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। ଜିଲା ପ୍ରଶାସନର ସୂତ୍ରରୁ ପ୍ରକାଶ ଯେ, କୋଭିଡ ନିୟମ ପାଳନ କରିବା ପାଇଁ ଏକ ବିସ୍ତୃତ ଗାଇଡଲାଇନ୍ ଖୁବଶୀଘ୍ର ପ୍ରସ୍ତୁତ କରାଯିବ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories