www.samajalive.in
Saturday, December 6, 2025
26.1 C
Bhubaneswar

ପୁଣେ ପଠାଗଲା ବ୍ରିଟେନ ଫେରନ୍ତାଙ୍କ ସ୍ବାବ୍ ନମୁନା; ପରୀକ୍ଷା ପରେ ନୂଆ ଷ୍ଟ୍ରେନ୍ ସମ୍ପର୍କରେ ତଥ୍ୟ ମିଳିବ

ଭୁବନେଶ୍ଵର: ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ ଏହାକୁ ନେଇ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଭୁବନେଶ୍ଵରକୁ ବ୍ରିଟେନରୁ ଜଣେ ବ୍ୟକ୍ତି ଫେରିବା ଏବଂ ସେ କରୋନା ପଜିଟିଭ୍‌ ବାହାରିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆକ୍ରାନ୍ତଙ୍କଠାରେ ବ୍ରିଟେନରେ ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନ୍‌ ରହିଛି କି ନାହିଁ ତାହା ଜାଣିବା ଲାଗି ତାଙ୍କ ଜିନ୍‌ ଅନୁଶୀଳନ କରାଯିବ। ପୁଣେସ୍ଥିତ ଏନଆଇଭିରେ ତାଙ୍କର ଜିନମ ସିକ୍ୟୁଏନ୍ସ ହେବ। ଏଥିପାଇଁ ତାଙ୍କ ସ୍ବାବ୍‌ ନମୁନା ପୁଣେ ପଠାଯାଇଥିବା ଆଇଏଲଏସ୍‌ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଭୁବନେଶ୍ଵର ମହାନଗର ନିଗମ (ବିଏମସି) କମିଶନର କହିଛନ୍ତି, ବ୍ରିଟେନ୍‌ ଫେରନ୍ତା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସ୍‌ କରାଯାଇଛି। ତାଙ୍କ ପରିବାରର ୩ ସଦସ୍ୟଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି। ହସ୍ପିଟାଲରେ ଆକ୍ରାନ୍ତ ଯୁବକଙ୍କ ଚିକିତ୍ସା ଚାଲିଛି। ପୁଣେରୁ ରିପୋର୍ଟ ଆସିବା ପରେ ତାଙ୍କଠାରେ କୋଭିଡ୍‌ର ନୂଆ ଷ୍ଟ୍ରେନ୍‌ ରହିଛି କି ନାହିଁ ତାହା ଜଣାପଡ଼ିବ। ବର୍ତ୍ତମାନ ସ୍ଥିତିରେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

- Advertisement -

ସେହିପରି ଏହି ଘଟଣାକୁ ନେଇ ଡିଏମଇଟି ସି.ବି.କେ. ମହାନ୍ତି କହିଛନ୍ତି, ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ପୂର୍ବ ରୋଗୀଙ୍କଠାରେ ଯେଉଁପରି ଲକ୍ଷଣ ଦେଖାଯାଉଥିଲା ସେହିପରି ଲକ୍ଷଣ ରହିଛି। ଷ୍ଟ୍ରେନ୍‌କୁ ନେଇ ଅନୁଧ୍ୟାନ କରାଯାଉଛି। ନୂଆ ଷ୍ଟ୍ରେନ୍‌ରେ ସଂକ୍ରମଣ ଅଧିକ ରହୁଥିବା ବିଶେଷଜ୍ଞମାନ ମତ ଦେଉଛନ୍ତି। ଆମେ ଭୟଭୀତ ନ ହୋଇ ସଚେତନ ରହିବା ଜରୁରୀ ବୋଲି ମହାନ୍ତି କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories