www.samajalive.in
Saturday, December 6, 2025
26.1 C
Bhubaneswar

ଅଦା ଚା’, ସିଙ୍ଗଡ଼ା, ଏହି ଖାଦ୍ୟ ଖାଇବାକୁ ଲଣ୍ଡନରେ ଲାଗିଥାଏ ଲୋକଙ୍କ ଲାଇନ

ଦୁନିଆର ସବୁଠାରୁ ସୁନ୍ଦର ସହର ମାନଙ୍କ ମଧ୍ୟରୁ ଲଣ୍ଡନର ହେଉଛି ଅନ୍ୟତମ। ଏହାକୁ ଏକବିଂଶ ଶତାବ୍ଦୀର ସହର ବୋଲି କୁହାଯାଏ। ବହୁ ପର୍ୟ୍ୟଟକ ପ୍ରତିବର୍ଷ ଲଣ୍ଡନ ବୁଲିବାକୁ ଯାଇଥାଆନ୍ତି। ଭାରତରୁ ମଧ୍ୟ ବହୁ ସଂଖ୍ୟାରେ ପର୍ୟ୍ୟଟକ ଲଣ୍ଡନ ଭ୍ରମଣ ପାଇଁ ଯାଇଥାଆନ୍ତି। ଭ୍ରମଣ ପାଇଁ ଏଠାରେ ଅନେକ ସ୍ଥାନ ରହିଥିବା ବେଳେ ଭାରତୀୟ ଷ୍ଟ୍ରିଟ ଫୁଡ଼ ମଧ୍ୟ ମିଳିଥାଏ। ଯାହାର ସ୍ୱାଦ ମଧ୍ୟ ଖୁବ ନିଆରା ।
ଯଦି ଆପଣ ଲଣ୍ଡନ ଯାଉଛନ୍ତି ତେବେ ଭାରତର ପ୍ରସିଦ୍ଧ ଗରମାଗରମ ଜିଲାପି, ଇଟିଲି ଓ ଅନ୍ୟ ଷ୍ଟ୍ରିଟ ଫୁଡ଼ ପାଇପାରିବେ। ଯାହାକୁ ଖାଇବାକୁ ବହୁ ସଂଖ୍ୟାରେ ଲୋକଙ୍କ ଲାଇନ ଲାଗିଥାଏ।
ଆପଣ ଲଣ୍ଡନର ଜଲେବୀ ଜଙ୍କସନରେ ନାମରେ ଥିବା ଏକ ସ୍ଥାନରେ ଭାରତ ଜିଲାପିର ସ୍ୱାଦ ନେଇପାରିବେ। ଏଠାରେ ସମ୍ପୂର୍ଣ୍ଣ ଗରମାଗରମ ଜିଲାପି ମିଳିଥାଏ। ଏହାଛଡ଼ା ଏଠାରେ ଅଦା ଚା’, ସିଙ୍ଗଡ଼ା, ଚାର୍ଟ, ଛୋଲେ ଭଟୁରେ ମଧ୍ୟ ମିଳିଥାଏ। ଏହି ଜଲେବୀ ଜଙ୍କସନ ୯୩ ବ୍ରୋଡ଼ୱେ ସାଉଥଅଲ୍‍ ୟୁବି ୧ ଏନ ଏନରେ ଅବସ୍ଥିତ।
ଲଣ୍ଡନରେ ଆପଣଙ୍କୁ ଦକ୍ଷିଣ ଭାରତୀୟ ଖାଦ୍ୟର ମଧ୍ୟ ମଜା ନେଇ ପାରିବେ। ମୁଋଗମ ଇଟିଲି ସପ୍‍ ରେ ଆପଣ ଇଟିଲି, ସାମ୍ବର ସ୍ୱାଦ ମଧ୍ୟ ନେଇପାରିବେ। ଏହି ସ୍ଥାନ ୩୧୫ ହାଈ ଏସିଟି ଏନ, ମନୋର ପାର୍କ ଲଣ୍ଡନ ରେ ଅବସ୍ଥିତ।
ଯଦି ଆପଣ ଭାରତୀୟ ଆମିଷ ଓ ନିରାମିଷର ରୋଲ ଖାଇବାକୁ ଚାହୁଁଛନ୍ତି ତେବେ ସେଣ୍ଟ୍ରାଲ ଲଣ୍ଡନରେ ଏହାର ମଜା ନେଇପାରିବେ। ଏଠାରେ ଆଚାରୀ ପନୀର ରୋଲ, ଚିକେନ ରୋଲ, ପାଓଁ ଭାଜି, ବଡ଼ା ପାଓଁ ମିଳିଥାଏ। ଏହାଛଡ଼ା କେସର ଲସୀ ମଧ୍ୟ ମିଳିଥାଏ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories