www.samajalive.in
Saturday, December 6, 2025
26.1 C
Bhubaneswar

ଅଟକ ପରେ କହିଲେ ଶୁଭେନ୍ଦୁ ଅଧିକାରୀ, ବେଙ୍ଗଲକୁ ଉତ୍ତରକୋରିଆ କରିସାରିଲେଣି ମମତା

ଡେସ୍କ: ପଶ୍ଚିମବଙ୍ଗ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ଏବଂ ସାଂସଦ ଲକେଟ୍ ଚାଟାର୍ଜୀଙ୍କୁ ପୁଲିସ ଅଟକ ରଖିଛି। ଆଜି ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରି ରାଜ୍ୟ ସଚିବାଳୟ ଆଡକୁ ଅଗ୍ରସର ହେଉଥିବା ବେଳେ ପୁଲିସ ଉଭୟଙ୍କୁ ଅଟକ ରଖିଛି।

କୋଲକାତାର ହାଷ୍ଟିଙ୍ଗରୁ ବିଜେପି ନେତାମାନେ ନବାନ୍ନ ଚଲୋ ଅଭିଯାନ ନେତୃତ୍ୱ ନେଉଥିବା ଶୁଭେନ୍ଦୁ ଅଧିକାରୀ, ଲକେଟ୍ ଚାଟାର୍ଜୀ ଏବଂ ବିଜେପି ନେତା ରାହୁଲ ସିହ୍ନାଙ୍କୁ ଲାଲବାଜର ସ୍ଥିତ କୋଲକାତା ପୁଲିସ ମୁଖ୍ୟାଳୟକୁ ନିଆଯାଇଛି। ପୁଲିସ ଅଟକ ରଖିବା ପରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତାଙ୍କ ପ୍ରତି ଲୋକଙ୍କ ସମର୍ଥନ ନାହିଁ ତେଣୁ ସେ ଉତ୍ତର କୋରିଆ ଭଳି ବେଙ୍ଗଲରେ ଏକଛତ୍ରବାଦୀ ଶାସନକୁ କାର୍ଯ୍ୟକାରୀ କରୁଛନ୍ତି। ସୋମବାର ଠାରୁ ପୁଲିସ ଯାହା କରୁଛି ସେଥିପାଇଁ ପୁଲିସକୁ ଜବାବ ଦେବାକୁ ପଡିବ ବୋଲି ସେ କହିଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories