ମୁମ୍ବାଇ: ରିତେଶ ଦେଶମୁଖ-ତମନ୍ନା ଭାଟିଆ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ପ୍ଲାନ ଏ ପ୍ଲାନ ବି’ର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ। ଶଶାଙ୍କ ଘୋଷଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ରିତେଶ ଦେଶମୁଖ, ତମନ୍ନା ଭାଟିଆଙ୍କ ବ୍ୟତୀତ କୁଶା କପିଲା ଓ ପୁନମ ଢିଲ୍ଲୋଁ ମଧ୍ୟ ନଜର ଆସିବେ। ଏଥିରେ ରିତେଶ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି। ଅପରପକ୍ଷେ, ତମନ୍ନା ଭାଟିଆ ହେଉଛନ୍ତି ମେଳକ, ଯିଏକି ଯୋଡି ତିଆରି କରନ୍ତି। ଅର୍ଥାତ୍ ଜଣେ ଯୋଡ଼ି ମେକର ଆଉ ଜଣେ ଯୋଡ଼ି ବ୍ରେକର।
ତମନ୍ନାଙ୍କ ସହ ରିତେଶଙ୍କର ଏକ ନିଆରା ବ୍ୟବସାୟ ପ୍ରସ୍ତାବ ସହ ଟ୍ରେଲର ଆରମ୍ଭ ହେଉଛି। ସେ ଛାଡପତ୍ର ଯୋଜନା କରୁଛନ୍ତି ଏବଂ ତମନ୍ନାଙ୍କୁ ତାଙ୍କ ସହ ସାମିଲ ହେବାକୁ କହୁଛନ୍ତି। ‘ପ୍ଲାନ-ଏରେ ତମନ୍ନା ଭାଟିଆ ଲୋକଙ୍କ ବାହାଘର କରାଉଛନ୍ତି ଏବଂ ସେମାନଙ୍କ ଛାଡପତ୍ର ମାମଲାକୁ ସମ୍ଭାଳିବା ହେଉଛି ପ୍ଲାନ-ବି। ସେପ୍ଟେମ୍ବର ୩୦ ତାରିଖରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ଏହି ଫିଲ୍ମ।



