www.samajalive.in
Friday, December 5, 2025
20.1 C
Bhubaneswar

୫ବଙ୍ଗୀୟ ଯୁବକଙ୍କୁ ଉଲ୍‍ଫା ଉଗ୍ରପନ୍ଥୀଙ୍କ ହତ୍ୟା

ଗୌହାଟି: ଆସାମରେ ଉଲ୍‍ଫା ଉଗ୍ରପନ୍ଥୀମାନେ ପୁନର୍ବାର ଉତ୍ପାତ ଆରମ୍ଭ କରିଛନ୍ତି। ଗୁରୁବାର ତିନ୍‍ସୁକିଆ ଜିଲା ଅନ୍ତର୍ଗତ ସାଦିଆ ନିକଟରେ ସନ୍ଦିଗ୍ଧ ଉଲ୍‍ଫା ଉଗ୍ରପନ୍ଥୀ ୫ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ସେମାନଙ୍କ ଗୁଳିମାଡ଼ରେ ଅନ୍ୟ ଜଣେ ଆହତ ହୋଇଛନ୍ତି। ୟୁନାଇଟେଡ୍‍ ଲିବରେସନ ଫ୍ରଣ୍ଟ ଅଫ ଆସାମ(ଇଣ୍ଡିପେଣ୍ଡେଣ୍ଟ) ବା ଉଲ୍‍ଫା(ଆଇ)ର ସଦସ୍ୟ କୁହାଯାଉଥିବା ବନ୍ଧୁକଧାରୀମାନେ ସ୍ଥାନୀୟ ଏକ ଦୋକାନ ପାଖରେ ବସିଥିବା ୬ଜଣ ବଙ୍ଗୀୟ ଯୁବକଙ୍କୁ ଭୟଭୀତକରି ବ୍ରହ୍ମପୁତ୍ର ନଦୀ କୂଳକୁ ନେଇଯାଇଥିଲେ ଓ ସେଠାରେ ସମସ୍ତଙ୍କୁ ଧାଡ଼କରି ବସାଇ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ବନ୍ଧୁକଧାରୀମାନେ ସେନା ପୋଷାକରେ ଥିଲେ। ଏହି ଘଟଣା ଘଟାଇ ହତ୍ୟାକାରୀମାନେ ଫେରାର ହୋଇଯାଇଛନ୍ତି। ଜାତୀୟ ନାଗରିକ ପଞ୍ଜିକା ବା ଏନ୍‍ଆରସିକୁ କେନ୍ଦ୍ରକରି ଆସାମୀ ଓ ବଙ୍ଗୀୟଙ୍କ ମଧ୍ୟରେ ପୁରୁଣା ବିବାଦ ତେଜି ଉଠିଛି। ରାଜ୍ୟର ମୂଳ ଆସାମୀମାନେ ବସବାସ କରୁଥିବା ବଙ୍ଗୀୟଙ୍କ ତୀବ୍ର ବିରୋଧ କରୁଛନ୍ତି।
ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଶୋକସନ୍ତପ୍ତଙ୍କୁ ସମବେଦନା ଜଣାଇଛନ୍ତି। ରାଜ୍ୟର ଦୁଇ ଜଣ ମନ୍ତ୍ରୀ ଓ ପୁଲିସ ମହାନିର୍ଦେଶକଙ୍କୁ ସେ ଘଟଣାସ୍ଥଳକୁ ପଠାଇ ପରିସ୍ଥିତି ସମ୍ପର୍କରେ ରିପୋର୍ଟ ଆହ୍ୱାନ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି। ‘ଆସାମରୁ ଭୟଙ୍କର ଖବର ଆସୁଛି; ଏହା କ’ଣ ଏନ୍‍ଆରସିର ପ୍ରଭାବ’ ବୋଲି ମମତା ପ୍ରଶ୍ନ କରିଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଆସାମ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories