www.samajalive.in
Saturday, December 6, 2025
16.1 C
Bhubaneswar

କାଶ୍ମୀରରେ ବିଜେପି ନେତା ଓ ତାଙ୍କ ଭାଇଙ୍କୁ ହତ୍ୟା

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ରାଜ୍ୟ ବିଜେପି ସମ୍ପାଦକ ଅନିଲ ପରିହାର ଓ ତାଙ୍କ ଭାଇ ଅଜିତ ପରିହାରଙ୍କୁ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ପୁଲିସ କହିବା ଅନୁଯାୟୀ କିସ୍ତୱାର ସହରର ନିଜର ମନୋହରୀ ଦୋକାନକୁ ବନ୍ଦ କରି ଦୁଇ ଭାଇ ଘରକୁ ଫେରୁଥିବାବେଳେ ଆତଙ୍କବାଦୀମାନେ ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ କିସ୍ତୱାର ଜିଲା ହସ୍ପିଟାଲକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସହରରେ ଉତ୍ତେଜନା ଦେଖାଯିବା ସହିତ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ବିଜେପି ମୁଖପାତ୍ର ଅଲତାଫ ଠାକୁର ଦୁଇ ଭାଇଙ୍କ ହତ୍ୟା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ପ୍ରତିଷେଧକ ମୂଳକ ପଦକ୍ଷେପ ପାଇଁ ସହରରେ କର୍ଫ୍ୟୁ ଜାରି କରାଯାଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories