www.samajalive.in
Saturday, December 6, 2025
23.1 C
Bhubaneswar

ଭୁବନେଶ୍ଵର ବିମାନବନ୍ଦରରେ ସନ୍ଦିଗ୍ଧ ବ୍ୟାଗ ଠାବ, ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରୁ ଶନିବାର ଏକ ସନ୍ଦିଗ୍ଧ ବ୍ୟାଗ ଠାବ ହୋଇଛି। ବିମାନ ଉଡ଼ାଣ ନ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂହ ପନ୍ନୁନର ଧମକ ପରେ ଏହି ସନ୍ଦିଗ୍ଧ ବ୍ୟାଗ ଠାବ ହୋଇଥିବାରୁ ସନ୍ଦେହ ବଢ଼ିବାରେ ଲାଗିଛି। ବିମାନବନ୍ଦରରେ ମୁତୟନ ହୋଇଥିବା କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ(ସିଆଇଏସଏଫ) ପକ୍ଷରୁ ସନ୍ଧାନୀ କୁକୁର ସହାୟତାରେ ଉକ୍ତ ବ୍ୟାଗକୁ ଯାଞ୍ଚ କରାଯାଉଛି। ବ୍ୟାଗରେ କ’ଣ ଅଛି ତାହାର ତଦାରଖ ଚାଲିଛି।

ଶନିବାର ବିମାନବନ୍ଦରରୁ ବିମାନ ଉଡ଼ାଣ ନ କରିବାକୁ ପନ୍ନୁନ ନାମରେ ଏକ ଧମକପୂର୍ଣ୍ଣ ମେଲ୍‌ ଆସିଥିଲା। ବରିଷ୍ଠ ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଏହି ମେଲ୍‌ ଆସିବା ପରେ କ୍ରାଇମବ୍ରାଞ୍ଚ ତାହାର ସତ୍ୟତା ଯାଞ୍ଚ କରିବାରେ ଲାଗିପଡ଼ିଛି। ଧମକ ମିଳିବାର କିଛି ଘଣ୍ଟା ପରେ ବିମାନବନ୍ଦରରୁ ଅଜଣା ବ୍ୟାଗ ଠାବ ହେବା ଏହାକୁ ଅଧିକ ରହସ୍ୟାବୃତ୍ତ କରିଛି। ଭୁବନେଶ୍ଵରରେ ପନ୍ନୁନର ଉପସ୍ଥିତି ରହିଥିବା ମଧ୍ୟ ଆଶଙ୍କା କରାଯାଉଛି। ସେହିପରି ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ପନ୍ନୁନ ଖଲିସ୍ତାନୀମାନଙ୍କୁ ଆହ୍ବାନ କରିଛି। ଶନିବାର ଆସିଥିବା ମେଲରେ ଖଲିସ୍ତାନ ପତାକା ଉଡ଼ାଇବାକୁ ପନ୍ନୁନ କହିଛି। ଯିଏ ଖଲିସ୍ତାନୀ ପତାକା ଉଡ଼ାଇବ ତା’କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଦେବ ବୋଲି ଘୋଷଣା କରିଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories