www.samajalive.in
Saturday, December 6, 2025
26.1 C
Bhubaneswar

ବେଆଇନ କରତ କଳ ଉପରେ ଚଢ଼ଉ, ଯନ୍ତ୍ରାଂଶ ଜବତ

ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ବନାଞ୍ଚଳର ୨ଟି ସ୍ଥାନରେ ଚାଲିଥିବା ବେଆଇନ କରତ କଳ ଉପରେ ବନ ବିଭାଗ ଟାସ୍କ ଫୋର୍ସ ଚଢ଼ଉ କରିଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ୫ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର କାଠ ଜବତ ହୋଇଛି। ଏହାସହ ଉଭୟ କରତ କଳ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଜି ସକାଳୁ ସକାଳୁ ଧାମନଗର ଏନଏସି ମୁଲଣା ସାହି ଠାରେ ବିନା ଲାଇସେନ୍ସରେ ଚାଲିଥିବା କରତ କଳ ଉପରେ ବନ ବିଭାଗ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ଚଢ଼ଉବେଳେ ଉକ୍ତ ମିଲର ସମସ୍ତ ଯନ୍ତ୍ରାଂଶ କାଟି ନେଇଛି ଭିଜିଲାନ୍ସ ୱିଙ୍ଗ। ଏହାସହ ପାଖାପାଖି ୩ ଲକ୍ଷ ଟଙ୍କାର ସିଫ୍ଟ କାଠ ଜବତ କରିଛି। ସେହିପରି ନିକଟ ହବିବନଗର ରେ ଚାଲିଥିବା କରତ କଳ ଉପରେ ମଧ୍ୟ ଚଢ଼ଉ ହୋଇଛି। ଏହି ବେଆଇନ ମିଲରୁ ୨ଲକ୍ଷ ଟଙ୍କାର କାଠ ଜବତ କରାଯାଇଛି। ଏବଂ ଦୁଇ କରତ କଳର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories