www.samajalive.in
Saturday, December 6, 2025
19.1 C
Bhubaneswar

ପାକ୍‍ ସେନାମୁଖ୍ୟଙ୍କୁ ଆଲିଙ୍ଗନ ପ୍ରସଙ୍ଗ: ସିଧୁଙ୍କୁ ସୀତାରମଣ, ସୁଷମାଙ୍କ ସମାଲୋଚନା

ନୂଆଦିଲ୍ଲୀ : ପାକିସ୍ତାନରେ ସେଠାକାର ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିବା ନେଇ ପୂର୍ବତନ କ୍ରିକେଟ୍‍ ଖେଳାଳୀ ତଥା ସିରୋମଣି ଅକାଳୀ ଦଳ ନେତା ନବଜ୍ୟୋତ ସିଂହ ସିଧୁଙ୍କୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କଡ଼ା ନିନ୍ଦା କରିଛନ୍ତି। ଇମ୍ରାନ୍‍ଙ୍କ ଏଭଳି ଆଚରଣ ଦେଶବାସୀ ତଥା ଭାରତୀୟ ଯବାନଙ୍କୁ ହତୋତ୍ସାହିତ କରିଛି ବୋଲି ସୀତାରମଣ କହିଛନ୍ତି। ଅନ୍ୟପଟେ ପାକିସ୍ତାନକୁ ବ୍ୟକ୍ତିଗତ ଗସ୍ତ ନିମନ୍ତେ ତାଙ୍କୁ ପ୍ରଦାନ କରାଯାଇଥିବା ରାଜନୈତିକ କ୍ଲିୟରାନ୍ସର ଅନୁଚିତ ଉପଯୋଗ ତଥା କରତାରପୁର ସାହିବ ମାର୍ଗ ସମ୍ବନ୍ଧୀୟ ଆଲୋଚନା ପରିପ୍ରେକ୍ଷୀରେ ମନ୍ତବ୍ୟ ଦେବା ନେଇ ସିଧୁଙ୍କୁ ସୁଷମା କଡ଼ା ନିନ୍ଦା କରିଛନ୍ତି ବୋଲି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମ୍ରତ୍‍ କୌର ବାଦଲ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କ୍ରିକେଟ୍‍ ଖେଳ ସମୟର ବନ୍ଧୁ ଇମ୍ରାନ ଖାନ୍‍ଙ୍କ ଶପଥ ଗ୍ରହଣ ସମାରୋହରେ ସିଧୁ ଯୋଗ ଦେଇଥିଲେ। ଏହି ଅବସରରେ ସେଠାରେ ଉପସ୍ଥିତ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କ୍ୱାମାର ଜାଭେଦ୍‍ ବଜୱାଙ୍କୁ ସେ ଆଲିଙ୍ଗନ କରିଥିଲେ। ଅନ୍ୟପଟେ ପାକିସ୍ତାନ ଭାରତୀୟ ସିଖ୍‍ମାନଙ୍କ ପାଇଁ କରତାରପୁର ସାହିବ ମାର୍ଗ ଖୋଲିବାକୁ ନିଷ୍ପତ୍ତି ନେଇଥିବା ଖବର ପରିପ୍ରେକ୍ଷୀରେ ଇମ୍ରାନ୍‍ଙ୍କୁ ସିଧୁ ପ୍ରଶଂସା କରିଥିଲେ। ପାକିସ୍ତାନ ଗୁଳିରେ ପ୍ରତିବର୍ଷ ଶହଶହ ଭାରତୀୟ ଯବାନ ସହିଦ ହେଉଥିବା ବେଳେ ସିଧୁ ପାକ୍‍ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିବା ଘଟଣାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories