www.samajalive.in
Saturday, December 6, 2025
26.1 C
Bhubaneswar

ନାଦାଲ ୧ନଂ ସ୍ଥାନ ବଜାୟ ରଖିଲେ

ମାଦ୍ରିଦ୍‍ : ସ୍ପେନ୍‍ର ରାଫେଲ ନାଦାଲ ପୁରୁଷ ଟେନିସ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଏଟିପି ମାନ୍ୟତାରେ ୧ନଂ ସିଙ୍ଗଲ୍‍ସ ଖେଳାଳି ସ୍ଥାନ ବଜାୟ ରଖିଛନ୍ତି। ବାମହାତି ନାଦାଲ ୮୭୬୦ ପଏଣ୍ଟ ପାଇଛନ୍ତି। ଆଣ୍ଠୁରେ ଆଘାତ ପାଇ ଗତ ଗ୍ରାଣ୍ଡସ୍ଲାମ୍‍ ଟୁର୍ଣ୍ଣାମେଣ୍ଟ ୟୁଏସ୍‍ ଓପନ୍‍ ମ୍ୟାଚ୍‍ରୁ ଓହରି ଯାଇଥିବା ନାଦାଲ ଏବେ ଟେନିସ କୋର୍ଟରୁ ଦୂରେଇ ରହିଥିଲେ ହେଁ ଶୀର୍ଷ ମାନ୍ୟତା ବଜାୟ ରଖିଛନ୍ତି। ଆହତ ଥିବାରୁ ନାଦାଲ ଫ୍ରାନ୍‍ସ ବିପକ୍ଷରେ ସ୍ପେନ୍‍ ପାଇଁ ଡେଭିସ୍‍ କପ୍‍ ସେମିଫାଇନାଲରେ ଖେଳିନଥିଲେ। ଏଟିପି ସିଙ୍ଗଲ୍‍ସ ମାନ୍ୟତାରେ ଏବେ ବିଶ୍ୱର ୩ ସଫଳ ଖେଳାଳି ନାଦାଲ, ସ୍ୱିଜରଲାଣ୍ଡର ରଜର ଫେଡେରର ଓ ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି। ଟେନିସ ଇତିହାସରେ ସର୍ବାଧିକ ଗ୍ରାଣ୍ଡସ୍ଲାମ୍‍ ପୁରୁଷ ସିଙ୍ଗଲ୍‍ସ ଟାଇଟଲ ଜିତିଥିବା ରଜର ଫେଡେରର ୬୯୦୦ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛନ୍ତି। ୩ୟ ୟୁଏସ୍‍ ଓପନ୍‍ ଓ ୧୪ଶ ଗ୍ରାଣ୍ଡସ୍ଲାମ୍‍ ଟାଇଟଲ ଜିତିଥିବା ନୋଭାକ୍‍ ଜୋକୋଭିକ୍‍ ୬୪୪୫ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ୪ର୍ଥରୁ ୧୦ମ ସ୍ଥାନରେ ଥିବା ଖେଳାଳିମାନେ ହେଲେ ଆର୍ଜେଣ୍ଟିନାର ୟୁଆନ୍‍ ମାର୍ଟିନ୍‍ ଡେଲ୍‍ ପଟ୍ରୋ (୫୯୮୦), ଜର୍ମାନୀର ଆଲେକ୍‍ଜାଣ୍ଡର ଜେରେଭ୍‍ (୪୮୯୦), କ୍ରୋଏସିଆର ମାରିନ୍‍ ସିଲିକ୍‍ (୪୭୧୫), ବୁଲ୍‍ଗେରିଆର ଗ୍ରିଗୋର ଡିମିଟ୍ରୋଭ୍‍ (୩୭୫୫), ଅଷ୍ଟ୍ରିଆର ଡମିନିକ୍‍ ଥିଏମ୍‍ (୩୬୬୫), ଦକ୍ଷିଣ ଆଫ୍ରିକାର କେଭିନ୍‍ ଆଣ୍ଡରସନ୍‍ (୩୫୯୫) ଓ ଆମେରିକାର ଜନ୍‍ ଇସ୍‍ନର (୩୪୭୦)।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories