www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱାଧୀନ ଭାରତର ପ୍ରଥମ ମହିଳା ଆଇଏଏସ୍‍ଙ୍କ ପରଲୋକ

ମୁମ୍ବାଇ : ସ୍ୱାଧୀନ ଭାରତର ପ୍ରଥମ ମହିଳା ଆଇଏଏସ୍‍ (ଭାରତୀୟ ପ୍ରଶାସନିକ ସେବା) ଅଧିକାରୀ ଆନ୍ନା ରାଜମ୍‍ ମଲହୋତ୍ରାଙ୍କର ସୋମବାର ପରଲୋକ ଘଟିଛି। ୯୧ ବର୍ଷ ବୟସ୍କା ଆନ୍ନା ମହାରାଷ୍ଟ୍ରର ଅନେ୍ଧରୀ ଉପକଣ୍ଠସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୁମ୍ବଇଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ଆନ୍ନାଙ୍କ ବାଲ୍ୟନାମ ଆନ୍ନା ରାଜମ ଜର୍ଜ। ୧୯୨୭ ଜୁଲାଇରେ ସେ କେରଳର ଏର୍ଣ୍ଣାକୁଲମଠାରେ ଜନ୍ମ ଗ୍ରହଣ କରିଥିଲେ। କୋଝିକୋଡଠାରେ ସ୍କୁଲ ପଢା ଶେଷ କରିବା ପରେ ଉଚ୍ଚଶିକ୍ଷା ପାଇଁ ସେ ଚେନ୍ନାଇ ଚାଲିଆସିଥିଲେ। ୧୯୫୧ରେ ସେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ମାଡ୍ରାସ କ୍ୟାଡର ଆଇଏଏସ୍‍ ଭାବେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସି. ରାଜଗୋପାଳଚାରୀଙ୍କ ଅଧୀନରେ ନିଯୁକ୍ତି ପାଇଥିଲେ। ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଥିବା ଆର୍‍. ଏନ୍‍ ମଲହୋତ୍ରାଙ୍କ ସହିତ ତାଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ମୁମ୍ବାଇଠାରେ ଜବାହାରଲାଲ ନେହରୁ ପୋର୍ଟ ଟ୍ରଷ୍ଟ (ଜେଏନ୍‍ପିଟି) ପ୍ରତିଷ୍ଠା ପଛରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ସେ ଜେଏନ୍‍ପିଟିର ଅଧ୍ୟକ୍ଷ ମଧ୍ୟ ଥିଲେ। ୧୯୮୯ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାମିଲନାଡୁର ୭ ଜଣ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ସେ କାର୍ଯ୍ୟ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୮୨ରେ ଦିଲ୍ଲୀଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ଦାୟିତ୍ୱରେ ଥିବା ବେଳେ ଆନ୍ନା ତାଙ୍କ ସହିତ କାର୍ଯ୍ୟ କରିବାର ସୁଯୋଗ ଲାଭ କରିଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର କାର୍ମିକ ବିଭାଗରେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ଅବସର ପରେ ସେ ହେଟେଲ ଲୀଲା ଭେଞ୍ଚର ଲିମିଟେଡ୍‍ର ନିର୍ଦେଶିକା ଦାୟିତ୍ୱ ନିର୍ବାହ କରୁଥିଲେ ବୋଲି ପରିବାର ସୂତ୍ରରୁ ପ୍ରକାଶ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories