www.samajalive.in
Monday, December 8, 2025
14.1 C
Bhubaneswar

ବଲାଙ୍ଗିର ସ୍ୱତନ୍ତ୍ର ଜେଲ୍ ; ବିଳାସପୂର୍ଣ୍ଣ ଜୀବନ ବିତାଉଛିନ୍ତି କୁଖ୍ୟାତ ସୁଶାନ୍ତ ଧଳସାମନ୍ତ

ବଲାଙ୍ଗିର : ଜେଲ୍ କର୍ତ୍ତୃପକ୍ଷ କହୁଥିଲେ ସବୁ ଠିକ୍‌ଠାକ୍ ଚାଲିଛି। ଜେଲ୍ରେ ଯେମିତି ଅନ୍ୟ ଅନ୍ତେବାସୀମାନେ ରହୁଛନ୍ତି ଠିକ୍ ସେମିତି ରହୁଛନ୍ତି ‘ଡି’ ବ୍ରଦର୍ସ ଗ୍ୟାଙ୍ଗର ସୁଶାନ୍ତ ଧଳସାମନ୍ତ। କୌଣସି ପ୍ରକାରର ସୁବିଧା ତାଙ୍କୁ ଯୋଗାଇ ଦିଆଯାଉ ନାହିଁ। କିନ୍ତୁ ଜେଲ୍‌ର ଚାରିକାନ୍ଥ ଭିତରୁ ଏବେ ବାହାରକୁ ଆସିଛି କୁଖ୍ୟାତ ସୁଶାନ୍ତର କାର୍ଯ୍ୟକଳାପର ଭିଡିଓ। ଆଉ ଧରାପଡିଯାଇଛି ଜଲେ୍ କର୍ତ୍ତୃପକ୍ଷଙ୍କ ବୟାନ ଓ ଜେଲ୍‌ର ଭିତିରି କଥା ମଧ୍ୟରେ ରହିଛି ଅନେକ ଫରକ।

ସୁଶାନ୍ତ ଧଳସାମନ୍ତ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ରହୁଥିବାବେଳେ ଜେଲ୍ ଭିତରେ ଅପରାଧିକ ନେଟୱାର୍କକୁ ପରିଚାଳନା କରୁଥିବା ଅଭିଯୋଗ ଆସିଥିଲା। ଫଳରେ ୨୦୧୮ ମାର୍ଚ୍ଚ ମାସରେ ସୁଶାନ୍ତଙ୍କୁ ବଲାଙ୍ଗିର ସ୍ୱତନ୍ତ୍ର କାରଗାରକୁ ପଠାଇ ଦିଆଯାଇଥିଲା। ଏଠାରେ ୨ବର୍ଷରୁ ଅଧିକ ରହଣି ଭିତରେ ସୁଶାନ୍ତ ବେଶ ଆଦବକାଏଦାରେ ତାର ସାମ୍ରାଜ୍ୟ ଚଳାଇଛି। ହତ୍ୟା, ଦାଦା ବଟି, ନିଶା କାରବାର ଭଳି ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ଅଭିଯୁକ୍ତମାନଙ୍କୁ ନେଇ ସମ୍ପ୍ରସାରିତ କରିଛି ତାର ‘ଡି’ ସାମ୍ରାଜ୍ୟ। ବଲାଙ୍ଗିରରୁ ମଧ୍ୟ ବେଶ ଆରାମରେ ଚଳାଇଛି ତାରା ଗ୍ୟାଙ୍ଗ। ଜାମିନ ପାଇ ବାହାରକୁ ଆସୁଥିବା ଅଭିଯୁକ୍ତମାନେ ଏବେ ଡି ଗ୍ୟାଙ୍ଗର କାରବାର କରୁଥିବା ଆଲୋଚନା ହେଉଛି। ଜମି କାରବାର, ବ୍ୟବସାୟୀ, ଠିକାଦାରଙ୍କ ସହ ପୁଞ୍ଜିପତି ସରକାରୀ ବାବୁଙ୍କୁ ସେ ତାରା ମାୟା ଜାଲରେ ଛନ୍ଦିଛି। ସେମାନଙ୍କଠାରୁ ଡିଲ୍ କରାଇବା ସହ ମୋଟା ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। କିନ୍ତୁ ସବୁ ଅଭିଯୋଗକୁ ରବିବାର ଖଣ୍ଡନ କରିଥିଲେ ବଲାଙ୍ଗିର ଜେଲ୍ ଅଧୀକ୍ଷିକା ଉର୍ମିଳା ମିଞ୍ଜ। ସୁଶାନ୍ତ ତାର ବାପା ଓ ଓକିଲଙ୍କୁ ଜେଲ୍ ଲେଣ୍ଡଲାଇନ୍ରୁ କଲ୍ କରେ। ତା’ ପାଇଁ ଅତିରିକ୍ତ କୌଣସି ସୁବିଧା ଉପଲବ୍ଧ ନାହିଁ। ସେ ଜେଲ୍‌ର ଅନ୍ୟ ଅନ୍ତେବାସୀଙ୍କ ଭଳି ଖାଏ। କେତେବେଳେ କେମିତି ମନ ହେଲେ ଜେଲ୍ ସର୍ଦ୍ଦାରମାନଙ୍କ ଜରିଆରେ ନିଜ ଖାଦ୍ୟ ବନାଉଥିବା କହିଥିଲେ ଜେଲ୍ ଅଧୀକ୍ଷିକା ଶ୍ରୀମତୀ ମିଞ୍ଜ।

- Advertisement -

ଶ୍ରୀମତୀ ମିଞ୍ଜଙ୍କ କଥାରୁ ସବୁ କିଛି ଠିକ୍ ଚାଲିଛି ଜେଲ୍ ପରିସରରେ। କୌଣସି ଅସୁବିଧା ନାହିଁ। କିନ୍ତୁ ଏବେ ଭାଇରାଲ ହୋଇଛି ସୁଶାନ୍ତର ଜେଲ୍ ଭିତରର କାରବାର। ସେ ନିଜ ସେଲ୍‌ରେ ଶୋଇଥିବା ବେଳେ କେହି(ଜେଲ୍ କର୍ମଚାରୀ) ତାର ଭିଡିଓ ଉତ୍ତୋଳନ କରିଛନ୍ତି। ଯେଉଁଥିରେ ସୁଶାନ୍ତ ମଶାରୀ ଭିତରେ ଶୋଇ ଘୁଙ୍ଗୁଡି ମାରୁଛନ୍ତି। ସାମ୍ନାରେ ଷ୍ଟାଣ୍ଡ ଫ୍ୟାନ୍ ଲାଗିଛି। ଦାମୀ ଜୋତା, ଡ୍ରେସ୍ ସବୁ ରହିଛି। ସେହିପରି ଟମାଟୋ, ପିଆଜ, ରସୁଣ, ତେଲ, ଲୁଣ, ମସଲା ଭଳି ଖାଦ୍ୟ ବ୍ୟବହୃତ ସାମଗ୍ରୀ। ଆଲୁଅ ବନ୍ଦ ହେଉନି, ଜଳୁଛି। ଏଭଳି ଭିଡିଓ ଭାଇରାଲ ହେବା ଓ ଜେଲ୍ ଭିତରର ଗୋପନୀୟତା ପ୍ରତି ବି ବିପଦ ରହିଛି। ପଦାରେ ପଡିଛି ଜେଲ୍ ଭିତରେ ଚାଲିଥିବା କାରବାର। ଜେଲ୍ ଅଧୀକ୍ଷିକାଙ୍କ ବୟାନ ଓ ଜେଲ୍ ଭିତରର ଗତିବିଧି ପୂରା ଅଲଗା। ଜିଲା ପୁଲିସ ଓ ପ୍ରଶାସନ ଜେଲ୍ ଯାଞ୍ଚ କରିବାର କ୍ଷମତା ରହିଥିବା ବେଳେ କୌଣସି ଯାଞ୍ଚ ଏପର୍ଯ୍ୟନ୍ତ କରାଯାଇ ନାହିଁ। ଅନ୍ୟପଟେ ଜେଲ୍ ପରିସରରୁ ଭିଡିଓ ଉତ୍ତୋଳନ ସହ ଜେଲ୍ ଗୁମରକୁ ସାମ୍ନାକୁ ଆଣିଥିବା ବ୍ୟକ୍ତି(ଜେଲ୍ କର୍ମଚାରୀ)ଙ୍କ ଭୂମିକା ମଧ୍ୟ ସନ୍ଦେହଜନକ। ସଂପୂର୍ଣ୍ଣ ଘଟଣା ଉପରେ ଜେଲ୍ ଦାୟିତ୍ୱରେ ଥିବା ଉଚ୍ଚ ପଦସ୍ଥ ଅଧିକାରୀ ଯାଞ୍ଚ କରିବା ପାଇଁ ସାଧାରଣରେ ମତପ୍ରକାଶ ପାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories