www.samajalive.in
Sunday, December 7, 2025
14.1 C
Bhubaneswar

ସୁଶାନ୍ତ ନନ୍ଦଙ୍କୁ ପିସିସିଏଫ-ବନ୍ୟପ୍ରାଣୀ ଦାୟିତ୍ୱ

ଭୁବନେଶ୍ୱର,: ଭାରତୀୟ ବନ ସେବା ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ୧୯୮୯ ବ୍ୟାଚ୍ ଆଇଏଫଏସ୍ ସୁଶାନ୍ତ ନନ୍ଦଙ୍କୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସୁଶୀଲ କୁମାର ପୋପଲି ଗତକାଲି ଚାକିରିରୁ ଅବସର ନେବାପରେ ଏହି ପଦ ଖାଲି ପଡ଼ିଥିଲା। ବୁଧବାର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ୍ୟବାହିନୀ ମୁଖ୍ୟ ଭାବେ କାର୍ଯ୍ୟରତ ଶ୍ରୀ ନନ୍ଦଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ସେ ସିଡିଏ ଓ ପିଡି ଆଇସିଜେଏମପି ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ଶ୍ରୀ ନନ୍ଦ ଭୁବନେଶ୍ବର ସୈନିକ ସ୍କୁଲ, ରେଭେନ୍ସା କଲେଜରେ ପାଠ ପଢ଼ିବା ପରେ ଆଇଆଇଟି ବମ୍ବେରୁ ଶିକ୍ଷା ଗ୍ରହଣ କରିଥିଲେ। ୧୯୮୯ ମସିହାରେ ଭାରତୀୟ ବନ ସେବାରେ ଯୋଗ ଦେଇ ଘୁମୁସର ଫରେଷ୍ଟ ଡିଭିଜନର ବୋନାଇରେ କାର୍ଯ୍ୟ କରିଥିଲେ। ସାତ‌େ‌କାଶିଆ ବ୍ୟାଘ୍ର ରିଜର୍ଭର ସେ ପ୍ରଥମ ଫିଲ୍ଡ ଡାଇରେକ୍ଟର ଥିଲେ। ସେ ରାଜ୍ୟ ସରକାରଙ୍କ ଅଧୀନରେ ବହୁ ପଦପଦବୀରେ କାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ତତ୍କାଳ ତାଙ୍କୁ ଏହି ପଦରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି।

https://samajalive.in/nandankanan-giban/509367.html

- Advertisement -

ସେହିପରି ଜଙ୍ଗଲ ଓ ପରିବେଶ ବିଭାଗର ଓଏସଡି ଆଇଏଫଏସ୍ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଅତିରିକ୍ତ ଭାବେ ପିସିସିଏଫ କାର୍ଯ୍ୟାଳୟରେ ପିଆଣ୍ଡଏସଏମ୍‌, ଏଫବିଏ ଓ ଆଇଟି, ଜିଆଇଏସ୍ ଦାୟିତ୍ୱ ନ୍ୟସ୍ତ ହୋଇଛି। ତାଙ୍କୁ ନିଜ ଦାୟିତ୍ୱ ସହ ଏହି ନୂଆ ଦାୟିତ୍ୱକୁ ତତ୍କାଳ ତୁଲାଇବାକୁ କୁହାଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦେଶକ ଆଇଏଫଏସ୍ ମନୋଜ ଭି ନାୟାର ଚିଲିକା ଉନ୍ନୟନ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ମୁଖ୍ୟ ବନ ସଂରକ୍ଷକ ଆଇଏଫଏସ୍ ପ୍ରଦୀପ୍ତ କୁମାର ସାହୁ ଏମଇଆଣ୍ଡଆଇଭି ଶାଖା ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦେଶ ରହିଛି। ଆଇଏଫଏସ୍ ଓମପ୍ରକାଶ ସିଂଙ୍କ ଅବସର ପରେ ଏହି ପଦ ଖାଲି ପଡ଼ିଥିଲା।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories