www.samajalive.in
Saturday, December 6, 2025
14.1 C
Bhubaneswar

ଆଲୋଚନା ପୂର୍ବରୁ କୃଷି ଆଇନକୁ ନିଲମ୍ବିତ କରିବାକୁ କଂଗ୍ରେସର ଦାବି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଏ ସମ୍ପର୍କରେ ମଙ୍ଗଳବାର କେନ୍ଦ୍ର ସରକାର ବିଭିନ୍ନ କୃଷକ ସଂଗଠନ ସହିତ ଆଲୋଚନା କରିବାର ଅଛି। ତେବେ ଏହା ପୂର୍ବରୁ ସରକାର ୩ଟି ଯାକ ‘କଳା ଆଇନ’କୁ ନିଲମ୍ବିତ କରିବା ଲାଗି କଂଗ୍ରେସ ଦାବି କରିଛି। ସେହିପରି ବିକ୍ଷୋଭକାରୀ ଚାଷୀଙ୍କ ବିରୋଧରେ ଲାଗୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ମଧ୍ୟ କଂଗ୍ରେସ ଦାବି କରିଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ, ସରକାର ସମସ୍ତ କୃଷକ ସଂଗଠନ ସହିତ ମନ ଖୋଲି ଆଲୋଚନା କରିବା ଦରକାର। ଗତ ଏକ ସପ୍ତାହ ଧରି ଲକ୍ଷ ଲକ୍ଷ ଚାଷୀ ରାସ୍ତାରେ ପଡ଼ିଛନ୍ତି। କିନ୍ତୁ ଅହଙ୍କାରୀ ମୋଦୀ ସରକାର ସେମାନଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ନାହିଁ। ବର୍ତ୍ତମାନ କମ୍‌ ସେ କମ୍‌ ଆଲୋଚନା ପାଇଁ ଆମନ୍ତ୍ରଣ ତ କରିଛନ୍ତି। ଯଦି ସରକାର ଆଲୋଚନା ପାଇଁ ଦ୍ବାର ଉନ୍ମୁକ୍ତ କରିଛନ୍ତି, ତେବେ ନିଜ ମନକୁ ବି ଖୋଲା ରଖନ୍ତୁ ଏବଂ ଆଲୋଚନା କରନ୍ତୁ।

- Advertisement -

ସବୁ କୃଷକ ସଂଗଠନକୁ ଆଲୋଚନା ପାଇଁ ଡକାଯାଉ ବୋଲି କଂଗ୍ରେସ ଦାବି କରୁଛି। ଫଳରେ କୃଷକମାନଙ୍କର ସମସ୍ତ ସମସ୍ୟା ସରକାରଙ୍କ ସାମ୍ନାରେ ଉପସ୍ଥାପନ କରାଯାଇ ପାରିବ ଏବଂ ତାହାର ସମାଧାନ ହୋଇପାରିବ। ମାତ୍ର ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ହିଁ ୩ଟି ଯାକ ଆଇନକୁ ନିଲମ୍ବିତ କରନ୍ତୁ ଏବଂ ଏ ନେଇ ଘୋଷଣା କରନ୍ତୁ ବୋଲି ସୁରଜେୱାଲା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories