www.samajalive.in
Saturday, December 6, 2025
14.1 C
Bhubaneswar

ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଗସ୍ତର ଦ୍ବିତୀୟ ଦିନରେ ଜି.ଉଦୟଗିରି ଗସ୍ତ

ଜି.ଉଦୟଗିରି: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତର ଦ୍ବିତୀୟ ଦିନରେ ରବିବାର ଜି.ଉଦୟଗିରିରେ ସକାଳ ପ୍ରାୟ ୧୦ ଘ.୧୫ମି ସମୟରେ ପହଞ୍ଚିଥିଲେ। ପ୍ରଥମେ ଜି.ଉଦୟଗିରି ସ୍ଥିତ ସମନ୍ନିତରେ ଥିବା ହଳଦୀ ଗୁଣ୍ଡ ପ୍ରୋସେସିଂ ୟୁନିଟ୍ ବୁଲି ଦେଖିଥିଲେ। ସେଠାରୁ ଜି.ଉଦୟଗିରିରେ ନୂତନ ଭାବେ ଓପିଟିସିଏଲ ଦ୍ବାରା ନିର୍ମିତ ୧୩୨/୩୩ କେଭି ବିଦ୍ୟୁତ ଷ୍ଟେସନ ପରିଦର୍ଶନ କରିବା ପରେ ସ୍ଥାନୀୟ ସ୍ମାର୍ଟ ବାଳିକା ଉଚ୍ଚ ବିଦ୍ୟାଳୟ ବୁଲି ପରିଦର୍ଶନ କରିଥିଲେ। ଏଥିସହ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ଆଜିର ଗସ୍ତ କାର୍ୟ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି, ଜିଲ୍ଲାର ବିଭିନ୍ନ ପଦାଧିକାରୀ, ସ୍ଥାନୀୟ ବିଡିଓ ବିଜୟ କୁମାର ପ୍ରଧାନ, ତହସିଲଦାର ଡ.ଜନ୍ମେଜୟ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଏଠାରୁ ମଣ୍ଡାସା ଗସ୍ତ କରିଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories